ସିବିଆଇ ଜାଲରେକେନ୍ଦ୍ରୀୟ ଜିଏସଟି ଅଧିକାରୀ

ଭୁବନେଶ୍ୱର: ସିବିଆଇ ଜାଲରେ ପଡ଼ିଛନ୍ତି ଜଣେ କେନ୍ଦ୍ରୀୟ ଜିଏସଟି (CGST) ଅଧିକାରୀ। ଲାଞ୍ଚ ନେଉଥିବା ବେଳେ CGST ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ନାୟକଙ୍କୁ ମାଡ଼ି ବସିଛି CBI ଟିମ୍। ଜଣେ ବ୍ୟକ୍ତିଙ୍କ ୧୬ ଲକ୍ଷ ଟଙ୍କାର ଜିଏସଟି ରିଫଣ୍ଡ କରାଇଦେବା ବାହାନାରେ ସେ ମୋଟା ଅଙ୍କର ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଅଭିଯୋଗକାରୀଙ୍କ ୧୬ ଲକ୍ଷ ଟଙ୍କା ରିଫଣ୍ଡ ଦେବାକୁ ଥିବା ବେଳେ, ଏଥିପାଇଁ ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ ରିଫଣ୍ଡ ଫାଇଲ୍ ଅଟକାଇ ଦେବାକୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।

ଯୋଜନା ମୁତାବକ, ଅଭିଯୋଗକାରୀ ଜଣକ ଆଜି ୫୦ ହଜାର ଟଙ୍କା ନେଇ ସୁପରିଟେଣ୍ଡେଣ୍ଟଙ୍କ ପାଖକୁ ଯାଇଥିଲେ। ଠିକ୍ ସେତିକି ବେଳେ ପୂର୍ବରୁ ଜାଲ ବିଛାଇ ବସିଥିବା CBI ଟିମ୍ ଚଢ଼ାଉ କରି ଓମ୍ ପ୍ରକାଶଙ୍କୁ ଗିରଫ କରିଥିଲା। ସିବିଆଇ ବର୍ତ୍ତମାନ ଓମ୍ ପ୍ରକାଶଙ୍କ ଅଫିସ୍ ସମେତ ତାଙ୍କ ବାସଭବନରେ ମଧ୍ୟ ଖୋଳତାଡ଼ ଜାରି ରଖିଛି।

  • Related Posts

    ଭୋଜି ଖାଇ ଝାଡାବାନ୍ତି; ୮୦ ଆକ୍ରାନ୍ତ

    ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ବର୍ତ୍ତିଆ ଗାଁରେ ବାହା ଭୋଜି ଖାଇ ୮୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ପାଇଁ ପାଟଣାଗଡ ରେଫର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଦୁଇ ଦିନ…

    Continue reading
    ବସ-ଟ୍ରକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୫ ଆହତ

    ବ୍ରହ୍ମପୁର : ଗଞ୍ଜାମ କୋଦଳା ଥାନା ନିକଟସ୍ଥ ବାଲିଢାବା ସମ୍ମୁଖରେ ଶନିବାର ଏକ ଯାତ୍ରୀବାହୀ ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ