ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଅପରାହ୍ଣ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ ହେବ। ବୈଠକରେ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଭଳିି ୪ଟି ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦିଆଯିବାକୁ ରହିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ୨୦୩୬ ସୁଦ୍ଧା ଓଡ଼ିଶାର ବିକାଶକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତାକୁ ନେଇ ରାଜ୍ୟ ସରକାର ଗତ ୧୪ ମାସ ମଧ୍ୟରେ ୧୧ଟି ନୂତନ ଯୋଜନା କାର୍ୟ୍ୟକାରୀ କରିଛନ୍ତି, ଯେଉଁଥିରେ ‘ସୁଭଦ୍ରା’ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା ପରିମାଣ ୩,୫୦୦ଟଙ୍କା(୮୦ ବର୍ଷରୁ ଊର୍ଦ୍ଧ୍ୱ)କୁ ବୃଦ୍ଧି କରିବା ଭଳି ଲୋକାଭିମୁଖୀ ଯୋଜନା ରହିଛି। ତେବେ ବୁଧବାର ଅନୁଷ୍ଠିତ ହେବାକୁଥିବା କ୍ୟାବିନେଟ୍‌ ବୈଠକରେ ରାଜ୍ୟ ସରକାର କେଉଁସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦେବେ ତାହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର।

  • Related Posts

    ବାଣୀବିହାର କ୍ୟାମ୍ପସରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜା

    ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା। ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ABVP ଓ BCJD ପ୍ରାର୍ଥୀ। କ୍ୟାମ୍ପସ ଅଡିଟୋରିୟମରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ…

    Continue reading
    ଖୁବଶୀଘ୍ର ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ

    ଭୁବନେଶ୍ୱର:ଖୁବଶୀଘ୍ର ଓଡ଼ିଆ ଆସି ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ନୂଆ ନିଯୁକ୍ତି ମିଳିବା ପରେ ପ୍ରଥମ ଥର ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି, ସମନ୍ବୟ ରକ୍ଷା କରି କାମ କରିବେ। ଲୋକଙ୍କ ସେବା କରିବେ। ପରିସ୍ଥିତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ