ଆଜି ଶ୍ରୀମନ୍ଦିରରେ ଚକାବିଜେ ନୀତି

ପୁରୀ: ଆଜି ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚକାବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଶୋଇବା ଅବସ୍ଥାରୁ ଜାଗ୍ରତ ଅବସ୍ଥାକୁ ଆସିବେ । ଦଇତାପତିଙ୍କ ନିଷ୍ଠାପର ସେବାଯତ୍ନ ପରେ ଧୀରେ ଧୀରେ ଆରୋଗ୍ୟଲାଭ କରୁଛନ୍ତି ଦାରୁବ୍ରହ୍ମ । ଅପରାହ୍ଣରେ ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୌଷଧି ଶ୍ରୀମନ୍ଦିରରେ ପହଞ୍ଚିବ । ଗୁପ୍ତ ସେବା ପରମ୍ପରା ଅନୁସାରେ ଏହି ମହୌଷଧୀ ପ୍ରସ୍ତୁତ କରାଯାଉଛି । ଦଶମୂଳ ସେବନ ପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।

ସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଜିଉ ଅସୁସ୍ଥ । ପଞ୍ଚମୀରେ ଫୁଲୁରି ତେଲ ଲାଗିହେଲେ । ପରେ ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି କରାଗଲା । ଦଶମୀରେ ଦଶମୂଳ ମହୌଷଧି ଠାକୁରଙ୍କ ଉଦ୍ଦ୍ୟେଶରେ ଆସିବ । ଏକାଦଶୀ ତିଥିରେ ଠାକୁରଙ୍କ ଦଶମୂଳ ଔଷଧ ଲାଗିକରାଯିବ । ବୁଧବାର ଶ୍ରୀମନ୍ଦିରରେ ଠାକୁରଙ୍କ ପହୁଡ଼ ନୀତି ହୋଇ ନଥିଲା । ସକାଳ ୮ଟାରେ ମଙ୍ଗଳ ଆଳତି ବଢ଼ିଥିଲା । ଏହାର ୩୫ ମିନିଟ୍‌ ପରେ ଅବକାଶ ପୂଜା ସମ୍ପନ୍ନ ହୋଇ ଗୋପାଳବଲ୍ଲଭ ପୂଜା ୧୨ଟା୪୦ମିନିଟ୍‌ ଓ ସକାଳ ଧୂପ ଶେଷ ହେଲା ୨ଟା୧୦ରେ । ଅପରାହ୍ଣ ୩ଟା୧୫ରେ ଭୋଗମଣ୍ଡପ ସରି ଭକ୍ତମାନେ ଅବଢ଼ା ପାଇଥିଲେ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ