ଆଜି ସିଏମଏସ-୩ ଉପଗ୍ରହର ଉତ୍‌କ୍ଷେପଣ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆଜି ଏଲଭିଏମ-୩ (ବାହୁବଳୀ) ରକେଟ ଜରିଆରେ ସିଏମଏସ-୩ ଉପଗ୍ରହ ମହାକାଶକୁ ପ୍ରକ୍ଷେପଣ କରାଯିବ। ଆଜି ସନ୍ଧ୍ୟା ୫ଟା ୨୬ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହକୁ ନେଇ ଏହି ରକେଟ ମହାକାଶକୁ ଯାତ୍ରା କରିବ। ସିଏମଏସ-୩ ଉପଗ୍ରହର ଓଜନ ୪୪ କ୍ବିଣ୍ଟାଲ ହୋଇଥିବାବେଳେ ଏହା ଭାରତୀୟ ନୌସେନା ପାଇଁ ଉଦ୍ଦିଷ୍ଟ। ଇସ୍ରୋ ପକ୍ଷରୁ ଏ ପର୍ୟ୍ୟନ୍ତ ପ୍ରକ୍ଷେପିତ ଉପଗ୍ରହ ମଧ୍ୟରେ ଏହା ସବୁଠାରୁ ଓଜନିଆ ବୋଲି ଜଣାପଡିଛି।

ଏହି ଉପଗ୍ରହ କାର୍ୟ୍ୟକ୍ଷମ ହେବାପରେ ନୌସେନା ପୂର୍ବରୁ ବ୍ୟବହାର କରୁଥିବା ଜିସାଟ୍‌-୭ (ରୁକ୍ମିଣୀ) ଉପଗ୍ରହକୁ ସେବାନିବୃତ୍ତ କରାଯିବ ବୋଲି କୁହାଯାଇଛି। ଇତିପୂର୍ବରୁ ୨୦୨୩ରେ ବାହୁବଳୀ ରକେଟ ‘ଚନ୍ଦ୍ରଯାନ-୩’କୁ ନେଇ ମହାକାଶକୁ ଯାତ୍ରା କରିଥିଲା। ଏ ପର୍ୟ୍ୟନ୍ତ ଇସ୍ରୋ ପକ୍ଷରୁ ସାତଥର ବାହୁବଳୀ ରକେଟ ବ୍ୟବହୃତ ହୋଇସାରିଥିବାବେଳେ ସବୁଥର ଏହାର ପ୍ରଦର୍ଶନ ୧୦୦ ପ୍ରତିଶତ ସଫଳ ପ୍ରମାଣିତ ହୋଇଛି। ବାହୁବଳୀ ରକେଟର ଲମ୍ବ ୪୩.୫ ମିଟର ହୋଇଥିବାବେଳେ ଓଜନ ୬୪୨ ଟନ୍‌।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ