କ୍ୟାବିନେଟ: ମେଡିକାଲ ଓ ବୈଷୟିକ ଶିକ୍ଷାରେ SEBCଙ୍କୁ ସଂରକ୍ଷଣ, ବଢିଲା SC ଓ STଙ୍କ କୋଟା

ଭୁବନେଶ୍ବର: ଦୀର୍ଘ ବର୍ଷର ଦାବି ପରେ ଶେଷରେ ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ବା SEBCଙ୍କୁ ସଂରକ୍ଷଣ । ପ୍ରଥମଥର ପାଇଁ ମେଡିକାଲ, ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାରେ SEBCଙ୍କୁ ମିଳିବା ଯାଉଛି ସଂରକ୍ଷଣ । SEBC ପିଲାମାନଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳିବ । ଏହା ସହିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନଙ୍କ ସଂରକ୍ଷଣ ସୀମା ମଧ୍ୟ ବୃଦ୍ଧି କରାଯାଇଛି । ରାଜ୍ୟ କ୍ୟାବିନେଟ ଏ ସମ୍ପର୍କିତ ପ୍ରସ୍ତାବକୁ ମୋହର ମାରିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଅନୁସୂଚିତ ଜନଜାତି (ST) ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି (SC) ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (SEBC) ଛାତ୍ରଛାତ୍ରୀ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ ।

ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇ.ଟି.ଆଇ ଏବଂ ପଲିଟେକ୍ନିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିଅରିଂ, ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ, ମେଡିସିନ, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣୀଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ ସାଇନ୍ସେସ, ଆର୍କିଟେକଚର, ପ୍ଲାନିଙ୍ଗ, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ ।

ରାଜ୍ୟ ସରକାରଙ୍କ ଦ୍ବାରା ସମୟ ସମୟରେ ବିଜ୍ଞପ୍ତି ପ୍ରକାଶିତ ଅନ୍ୟ ଯେକୌଣସି ପାଠ୍ୟକ୍ରମମାନଙ୍କରେ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ସାର୍ଟିଫିକେଟ, ଡିପ୍ଲୋମା ଓ ଡିଗ୍ରୀ ପ୍ରଦାନ କରାଯାଉଥିବା କ୍ଷେତ୍ରରେ ମଧ୍ୟ ଏହି ନୂତନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୨୨ ପ୍ରତିଶତରୁ ଅଧିକ ଥିଲେ ମଧ୍ୟ ଦୀର୍ଘଦିନ ଧରି ରାଜ୍ୟର ବୈଷୟିକ, ବୃତ୍ତିଗତ, ମେଡିକାଲ ଓ ଆନୁସଙ୍ଗିକ ପାଠ୍ୟକ୍ରମରେ ସେମାନଙ୍କ ପାଇଁ ସଂରକ୍ଷଣ ମାତ୍ର ୧୨ ପ୍ରତିଶତ ଥିଲା । ସେହିପରି ଅନୁସୂଚିତ ଜାତିଙ୍କ ସଂଖ୍ୟା ୧୭ ପ୍ରତିଶତରୁ ଅଧିକ ଥିଲେ ମଧ୍ୟ ସେମାନଙ୍କ ପାଇଁ ମାତ୍ର ୮ ପ୍ରତିଶତ ସଂରକ୍ଷଣ ଥିଲା । ସେହିପରି ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ମାନଙ୍କ ପାଇଁ କୌଣସି ସଂରକ୍ଷଣ ନଥିଲା । ସାମାଜିକ ନ୍ୟାୟ ପ୍ରଦାନ ଓ ସଶକ୍ତିକରଣ କ୍ଷେତ୍ରରେ ଏହି ପାର୍ଥକ୍ୟ ସମସ୍ୟା ସୃଷ୍ଟି କରୁଥିଲା ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, “ସ୍ୱାଧୀନତାର ୭୮ ବର୍ଷ ମଧ୍ୟରେ ମୁଖ୍ୟସ୍ରୋତରୁ ବାହାରେ ଥିବା ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ବର୍ଗର ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଅଧିକାରର ସୁରକ୍ଷା ପାଇଁ ଅନେକ ଆନ୍ଦୋଳନ, ଦାବୀ ଓ ସଚେତନତା ସୃଷ୍ଟି ହୋଇଥିଲେ । କିନ୍ତୁ ତାଙ୍କର ସଂଖ୍ୟା ଅନୁପାତରେ ସଂରକ୍ଷଣ ପାଇଁ କୌଣସି ସରକାର ଏପରି ପଦକ୍ଷେପ ନେଇନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ST, SC ଓ SEBC ପିଲାଙ୍କର ଶିକ୍ଷାଗତ ଅଧିକାର ଓ ସଶକ୍ତିକରଣ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିଛୁ । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମର ଏହି ପଦକ୍ଷେପ ଏକ ବଳିଷ୍ଠ ମାଧ୍ୟମ ହେବ ।”
UG ଓ PGକୁ ମିଶାଇ ରାଜ୍ୟର ସମୁଦାୟ ମେଡ଼ିକାଲ ସିଟ୍‌ ସଂଖ୍ୟା ୨୪୨୧ । ଏହି ନୂତନ ସଂରକ୍ଷଣ ନୀତି କାର୍ଯ୍ୟକାରୀ ହେବା ପରେ ଅନୁସୂଚିତ ଜନଜାତିଙ୍କ ପାଇଁ ସିଟ ସଂଖ୍ୟା ୨୯୦ରୁ ବୃଦ୍ଧି ପାଇ ୫୪୫ରେ ପହଞ୍ଚିବ । ଅନୁସୂଚିତ ଜାତିଙ୍କ ପାଇଁ ସିଟ ସଂଖ୍ୟା ୧୯୩ରୁ ବୃଦ୍ଧି ପାଇ ୩୯୩ ହେବ । ସେହିପରି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ୨୭୨ ସିଟ ସଂରକ୍ଷିତ ରହିବ । ପୂର୍ବରୁ ଏହିସଂଖ୍ୟା ଶୂନ ଥିଲା । ସେହିଭଳି ରାଜ୍ୟରେ ସମୁଦାୟ ଇଞ୍ଜିନିଅରିଂ ସିଟ ସଂଖ୍ୟା ୪୪ ହଜାର ୫୭୯ ମଧ୍ୟରୁ ଅନୁସୂଚିତ ଜନଜାତିଙ୍କ ପାଇଁ ଆସନ ସଂଖ୍ୟା ୫ ହଜାର ୩୪୯ରୁ ବୃଦ୍ଧି ପାଇ ୧୦ ହଜାର ୦୩୦ ହେବ । ଅନୁସୂଚିତ ଜାତିଙ୍କ ପାଇଁ ଆସନ ସଂଖ୍ୟା ୩ ହଜାର ୫୬୬ରୁ ୭ ହଜାର ୨୪୪କୁ ବୃଦ୍ଧି ପାଇବ । ସେହିପରି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ୫ ହଜାର ୦୧୫ ସଂରକ୍ଷିତ ରହିବ । ପୂର୍ବରୁ ଏହି ସଂଖ୍ୟା ଶୂନ ଥିଲା ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ