କୋରାପୁଟ ଓ ମାଲକାନଗିରିରେ ଭୂମିକମ୍ପ ଝଟକା

କୋରାପୁଟ/ମାଲକାନଗିରି: ଓଡ଼ିଶାରେ ଭୂମିକମ୍ପ ଝଟ୍‌କା । କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ କୋରାପୁଟ ଜିଲ୍ଲା ହୋଇଥିବା ସ୍ପଷ୍ଟ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ଥିବା ଜଣାପଡିଛି ।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା 4.4 ଥିଲା । ଏହାର କେନ୍ଦ୍ରସ୍ଥଳ କୋରାପୁଟ ଜିଲ୍ଲା ନିକଟରେ ପ୍ରାୟ 18.573° ଉତ୍ତର, 82.559° ପୂର୍ବ ଅକ୍ଷାଂଶରେ ଅବସ୍ଥିତ ଥିଲା, ଯାହାର ଗଭୀରତା 5 କିଲୋମିଟର ଥିଲା ।
ଶନିବାର ରାତି ପ୍ରାୟ ୧୧ଟା ୩୧ ମିନିଟ୍ ସମୟରେ କୋରାପୁଟ ଓ ସୁନାବେଡ଼ା ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭବ ହୋଇଛି । ପ୍ରାୟ ୧୫ ସେକେଣ୍ଡ ଧରି ମାଟି କମ୍ପିଥିବାରୁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ମପାଯାଇଛି ଏବଂ ଏହାର କେନ୍ଦ୍ରସ୍ଥଳ କୋରାପୁଟ ନିକଟରେ ଥିବା କୁହାଯାଉଛି । ଭୂକମ୍ପର ଗଭୀରତା ପ୍ରାୟ ୫ କି.ମି. ଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ କୌଣସି ପ୍ରାଣହାନି କିମ୍ବା ସମ୍ପତ୍ତି କ୍ଷତିର ଖବର ମିଳିନାହିଁ । ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି । କୋରାପୁଟର ବୈପାରିଗୁଡ଼ା, ଲମତାପୁଟ, ସେମିଳିଗୁଡ଼ା, ପଟାଙ୍ଗି, ଦାମନଯୋଡ଼ି, ଜୟପୁର ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

ସେପଟେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ବିଶେଷ କରି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସ୍ଥିତ କୁଡୁମୁଲୁଗୁମ୍ମା,ମାଥିଲି ବ୍ଲକର ପାତ୍ରପୁଟ, କୋରୁକୋଣ୍ଡା ବ୍ଲକ୍ ଚିତାପାରି ପଞ୍ଚାୟତ ସଦାଶିବପୁର ଗ୍ରାମ ଓ ଚିତ୍ରକୋଣ୍ଡା ବ୍ଲକର କିଛି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି, ଏହା ପ୍ରାୟ ୬ ସେକେଣ୍ଡରୁ 8 ସେକେଣ୍ଡ ପର୍ଯ୍ୟନ୍ତ ହୋଇଥିଲା, ଏହା ଦ୍ୱାରା ବଡ଼ ଧରଣର କିଛି କ୍ଷତି ଘଟି ନଥିଲେ ମଧ୍ୟ ଘରର ଆସବାପତ୍ର ଓ ଖଟ, ଚେୟାର ବେଞ୍ଜ ଦୋହଲିବା ସହ ଘର ଚଟାଣ ଥରିଥିଲା, ବାସନ କୁସନ ଖସି ପଡ଼ିଥିଲା, ହଠାତ୍‌ ଘର ଥରିବାରୁ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଥିଲେ ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ