
ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନାରୀ ସଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଙ୍କ ନିମନ୍ତେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନୀ ଦିବସ ପାଳିତ ହୋଇଯାଇଛି। ନାରୀମାନଙ୍କୁ ନିଜ ସୁରକ୍ଷା ପ୍ରତି ସଚେତନ କରିବା ସହ ଆପତ୍ତିକାଳୀନ ପରିସ୍ଥିତିରେ ନିଜକୁ କିପରି ସୁରକ୍ଷିତ ରଖିହେବ, ସେ ନେଇ ତାଲିମ ପ୍ରଦାନ କରାଯିବ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ,ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଭୁବନ ମୋହନ ସାହୁ ଏବଂ ଅଧ୍ୟାପକ ଡ଼ଃ ସନ୍ତୋଷ କୁମାର ନାୟକ ଯୋଗଦେଇଥିଲେ। ଅଧ୍ୟାପିକା ମଞ୍ଜୁଳା ସାହୁ କାର୍ଯ୍ୟକ୍ରମର ସଂଯୋଜିକା ଭାବେ ଦାୟିତ୍ୱ ତୁଲାଇଥିବାବେଳେ ବେଣୁପାଣି ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନାରୀ ସଶକ୍ତିକରଣ ଓ ଆତ୍ମସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଆତ୍ମସୁରକ୍ଷା ତାଲିମର ମାଷ୍ଟର ଟ୍ରେନର ସୁନେଲି ପଲେଇ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ଅଧ୍ୟାପକ ଦିଲ୍ଲୀପ କୁମାର ନାୟକ, ସୁକାନ୍ତ କୁମାର ନାୟକ, ପ୍ରମୋଦ କୁମାର ନାୟକ, ସାରଙ୍ଗଧର ମାମ୍ବାଲାକାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଲିଜାଲିନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା







