ଆନନ୍ଦପୁର,12/10: ଦୁଇମାସ ଧରି ଗାଁରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ଆକ୍ରାନ୍ତ। ଦୁଇ ମାସ ମଧ୍ୟରେ ୭୦ ରୁ ୮୦ ଜଣ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ। କେତେକ ଡାକ୍ତରଖାନାର ଚିକିତ୍ସା ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହେଲେ ବର୍ତ୍ତମାନ ବି ଗାଁର ପ୍ରାୟ ୧୨ରୁ ଅଧିକ ଲୋକ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି। ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ଯାହା ଏକ ଚିନ୍ତାର ବିଷୟ ପାଲଟିଛି। ତେବେ ଜଣ୍ଡିସ ରୋଗ ଦୂଷିତ ପାଣିରୁ ବ୍ୟାପୁଥିବା ସନ୍ଦେହ କରିଛନ୍ତି ଗ୍ରାମବାସୀ। ଗାଁରେ ଥିବା ନଳକୂଅ, କୂଅ ଓ ପୋଖରୀ ପାଣି ଦୂଷିତ ହୋଇଥିବାରୁ ରୋଗ ସଂକ୍ରମିତ ହୋଇଥିବା ସନ୍ଦେହ ହୋଇଛି। ଗାଁରେ ବ୍ୟାପିଥିବା ଜଣ୍ଡିସ୍ ରୋଗ ସମ୍ପର୍କରେ ସ୍ଥାନୀୟ ସ୍ୱାସ୍ଥ୍ୟବିଭାଗକୁ ଅବଗତ କରାଇଛନ୍ତି ଲୋକେ। ଗାଁରେ ଥିବା ଜଳଉତ୍ସ ଗୁଡିକୁ ବିଶୋଧନ ମଧ୍ୟ କରାଯାଇନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସଠିକ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…



