
ଦେବଗଡ଼:ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି,ଏସପି କିଶୋର ଚନ୍ଦ୍ର ମୁଣ୍ଡ,ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୃଜନ ସାରସ୍ବତ,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ,ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ,ବିଧାୟକଙ୍କ ପ୍ରତିନିଧି ଚନ୍ଦ୍ର ଶେଖର ଭୂକ୍ତା,ଜିଲ୍ଲା ବରିଷ୍ଠ ନାଗରିକ ଫୋରମର ସମ୍ପାଦକ ଗୌରହରି ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବିଭିନ୍ନ ଆଇନଗତ ସହାୟତା ଓ ସରକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।ପୂର୍ବରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯୋଗ ଓ ବ୍ୟାୟାମ,ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ସଭା ପରେ ପରେ କବିମାନଙ୍କ ଦ୍ଵାରା କବିତା ଆବୃତ୍ତି,ନୃତ୍ୟ ପରିବେଷଣ ଅନୁଷ୍ଠିତ ହୋଇଥିଲା। ଏହାସହିତ ବରିଷ୍ଠ ନାଗରିକ ଅଚ୍ୟୁତନନ୍ଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପୂର୍ବ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ସାମଜିକ ସୁରକ୍ଷା ଯୋଜନାରେ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ୍ କରାଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣଙ୍କ ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଡିଆଇପିଆରଓ ମନୋରଞ୍ଜନ ସୂତାର ପରିଚାଳନା କରିଥିଲେ।







