ଆପଣଙ୍କ ଛୁଆ ଚିପ୍ସ ଖାଉଛନ୍ତି କି ? ଜାଣନ୍ତୁ ଏହି କଥା

ପାଟିକୁ ଚଟପଟା ଏବଂ କୁଡକୁଡ୍ ଲାଗୁଥିବା ଚିପ୍ସ କାହାକୁ ବା ପସନ୍ଦ ନୁହଁ । କିନ୍ତୁ ବାହାରୁ କିଣୁଥିବା ପ୍ୟାକେଟବନ୍ଦ ଚିପ୍ସ ଶରୀର ପାଇଁ କେତେ ହାନିକାରକ ଏହା ଆମେ ଜାଣି ସୁଦ୍ଧା ପିଲାଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼େ । ଘର ଖାଇବାକୁ ନାକ ଟେକୁଥିବା ପିଲା ବାହାରକୁ ଗଲେ ଚିପ୍ସ ଖାଇବା ପାଇଁ ଯେମିତି ଜିଦ୍ ଧରୁଛନ୍ତି ବାପରେ କିଏ ଏତେ ଲୋକଲଜ୍ଜା ହେବ । ଧରେଇଦିଅ ହାତରେ ଚିପ୍ସ , ଗୋଟିଏ ପ୍ୟାକେଟ୍ ଚିପ୍ସର ତ କଥା କ’ଣ ହୋଇଯିବ ଭାବି ଆମେ ଚିପ୍ସ ପ୍ୟାକେଟଟି କିଣି ପିଲାଙ୍କ ହାତରେ ଦେଇଦେଉ । ହେଲେ ଏହି ଗୋଟିଏ ପ୍ୟାକେଟ୍ ଚିପ୍ସ କେତେ ରୋଗଙ୍କୁ ନିମନ୍ତ୍ରଣ ଦିଏ କେବେ ଭାବିଛନ୍ତି?

ଗବେଷଣାରୁ ଜଣାପଡ଼ିଛି,ମେଦବହୁଳତା,ଡାଇବେଟିସ୍ ଠାରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ଏହି ପ୍ୟାକେଟବନ୍ଦ ଚିପ୍ସ ଶରୀରରେ କ୍ଷୀପ୍ର ଗରଳ ଭଳି କାମ କରିଥାଏ । ଷ୍ଟଡିରୁ ଏହା ମଧ୍ୟ ଜଣାପଡ଼ିଛି ଯେ ହୃଦୟ ସହିତ ଜଡ଼ିତ ରୋଗର ବିଭିନ୍ନ କାରଣ ମଧ୍ୟରୁ ଚିପ୍ସ ଖାଇବା ଅନ୍ୟତମ । ତେବେ ଆସନ୍ତୁ ଜାଣିବା ପାଟିକୁ ସୁଆଦିଆ ଲାଗୁଥିବା ଏହି ଚିପ୍ସ ଆପଣଙ୍କ ପିଲାର ଶରୀରରେ କିପରି ପ୍ରଭାବ ପକାଉଛି ।

ପିଲା ଯଦି ଲଗାତାର ପ୍ୟାକେଟବନ୍ଦ ଚିପ୍ସ ଖାଉଛନ୍ତି ତାଙ୍କ ପୋଷଣରେ ମଧ୍ୟ ଅଭାବ ଦେଖାଯାଏ । ଭିଟାମିନ୍ ଏବଂ ମିନେରାଲ୍ ନଥିବାରୁ ପୋଷଣ ତତ୍ତ୍ୱ ମଧ୍ୟ ଶରୀରକୁ ମିଳେନାହିଁ । ସୋଡିୟମର ମାତ୍ରା ଅଧିକ ଥିବାରୁ ସ୍ୱାସ୍ଥ୍ୟ ପାଇଁ ଚିପ୍ସ ଆଦୌ ଭଲ ନୁହଁ । ଉଚ୍ଚ ରକ୍ତଚାପ,ଷ୍ଟ୍ରୋକ୍,ହାର୍ଟ ଏବଂ କିଡନୀ ରୋଗ ପାଇଁ ସୋଡିୟମ୍ ଦାୟୀ । ୨୮ ଗ୍ରାମ୍ ଆଳୁ ଚିପ୍ସରେ ୧୨୦ ମିଲିଗ୍ରାମରୁ ଆରମ୍ଭ କରି ୧୮୦ ମିଲିଗ୍ରାମ୍ ସୋଡିୟମ୍ ରହିଥାଏ । ୨୦୧୦ ମସିହାରେ ଆମେରିକାରେ ଏକ ଗାଇଡଲାଇନ୍ ଜାରି ହୋଇଥିଲା । ଯେଉଁଥିରେ ସାରାଦିନରେ କେତେ ପରିମାଣରେ ଲୁଣ ଖାଇହେବ ସୂଚନା ଦିଆଯାଇଥିଲା । ଏହି ଗାଇଡଲାଇନ୍ ଅନୁସାରେ ଦିନକୁ ୨୩୦୦ ମିଲିଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ଯଦି ଅଧିକ ଲୁଣ ଖାଇବେ ଉଚ୍ଚ ରକ୍ତଚାପରୁ ଆରମ୍ଭ କରି କିଡନୀ ଜନିତ ରୋଗ ମଧ୍ୟ ହୋଇପାରେ । ପ୍ୟାକେଟବନ୍ଦ ଚିପ୍ସ ପିଲାଙ୍କ କୋଲେଷ୍ଟ୍ରୋଲ୍ ମାତ୍ରାକୁ ମଧ୍ୟ ବଢାଇଥାଏ । ଚିପ୍ସରେ ଅତ୍ୟଧିକ ପରିମାଣରେ ଥିବା ଫ୍ୟାଟ୍ ପିଲାଙ୍କ କୋଲେଷ୍ଟ୍ରୋଲ୍ ସ୍ତରକୁ ବିଗାଡିଦିଏ । ତେଣୁ ପିଲା ତ ଜିଦ୍ କରିବେ ହେଲେ ଜାଣିଶୁଣି କେମିତି ପିଲାଙ୍କ ଦେହ ଖରାପ କରିବା? ଚିପ୍ସର ବିକଳ୍ପ ବାହାର କରନ୍ତୁ , ପିଲାଙ୍କୁ ରୋଗମୁକ୍ତ ଜୀବନ ଦେବା ପାଇଁ ଚେଷ୍ଟା କରନ୍ତୁ ।

  • Related Posts

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ଭୁବନେଶ୍ୱର:ସୁନ୍ଦର ପିଚାଇଙ୍କୁ କିଏ ନଜାଣେ। ସେ ଆଲଫାବେଟ୍ ଇନକର୍ପୋରେଟେଡ୍ ଏବଂ ଏହାର ସହାୟକ ସଂସ୍ଥା ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସୁନ୍ଦର ପିଚାଇ ଜଣେ ମାସାଂହାରୀ ନୁହନ୍ତି ତେଣୁ ସେ ପ୍ରୋଟିନ୍‌ ଆବଶ୍ୟକତା ପୁରଣ କରିବା…

    Continue reading
    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ଭୁବନେଶ୍ୱର: ରୀତେଶ ଦେଶମୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଜା ଶିବାଜୀ’ ମେ’ ପହିଲାରେ ରିଲିଜ୍‌ ହୋଇଛି। ମାତ୍ର କିଛି ଘଣ୍ଟାର ଅଗ୍ରୀମ ଟିକେଟ୍‌ ବୁକିଂରୁ ଫିଲ୍ମ କୋଟି କୋଟି ଟଙ୍କା ଆଦାୟ କରିସାରିଲାଣି। ସାରା ଦେଶରେ ଏହାର ୧୧୦୫ଟି ଶୋ’ ଚାଲିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ