ଆପଣ ଜାଣନ୍ତି କି? ସେକ୍ସ କ୍ଷମତା ବଢ଼ାଇଥାଏ ନିରାମିଷ ଭୋଜନ

ସାଧାରଣତଃ ଆମର ଧାରଣା ଥାଏ ଯେ ଆମିଷ ଖାଦ୍ୟ ସେକ୍ସ ଇଚ୍ଛା ବଢ଼ାଇଥାଏ । ହେଲେ ଏବେ ଜଣେ ସାମ୍ବାଦିକ ତାଙ୍କର ଗବେଷଣାତ୍ମକ ତଥ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ପଢ଼ିଲେ ଆପଣ ଜାଣିପାରିବେ ଯେ ଆମିଷ ଖାଦ୍ୟ ଅପେକ୍ଷା ନିରାମିଷ ଖାଦ୍ୟ ସେକ୍ସ କ୍ଷମତା ବଢ଼ାଇଥାଏ । ଏବେ ସାରା ବିଶ୍ୱରେ ନିରାମିଷ ଖାଦ୍ୟ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି । ତେବେ ବ୍ରିଟିଶ ଖବରକାଗଜରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଉକ୍ତ ସାମ୍ବାଦିକ ଜଣ ଦିନେ ମାଂସ ଖାଇ ନିଜର ପ୍ରେମିକାଙ୍କ ସହ ଶଯ୍ୟାକୁ ଯାଇଥିଲେ । ହେଲେ ସଂଗେ ସଂଗେ ତାଙ୍କୁ ନିଦ ଆସିଯାଇଥିଲା । ସେ ଶଯ୍ୟାରେ କିଛି ବି କରିପାରିନଥିଲେ ।

ହେଲେ ପରଦିନ ସେ ଯେତେବେଳେ ନିରାମିଷ ଖାଦ୍ୟ ଯାଇ ଶଯ୍ୟାକୁ ଯାଇଥିଲେ । ପ୍ରେମିକାଙ୍କ ସହ ଶଯ୍ୟାରେ ସଫଳ ହୋଇଥିଲେ । ଶଯ୍ୟାରେ ପ୍ରେମିକଙ୍କ ସହ ବହୁ ସମୟ କାଟିଥିବାର ସେ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଶାକାହାରୀ ହେବା ପରେ ତାଙ୍କର କମର ମଧ୍ୟ ପତଳା ହୋଇଯାଇଛି । ଏବେ ସେ ଭଲ ଭାବେ ସେକ୍ସ ପ୍ଲେ କରିପାରୁଛନ୍ତି ।

ତାଙ୍କ କହିବା ଅନୁଯାୟୀ, ସବୁଜ ପନିପରିବା, ଲାଲ ଲଙ୍କା, ଡାର୍କ ଚକୋଲେଟ ଓ ବାଦାମରେ ଭରପୁର ମାତ୍ରାରେ ଭିଟାମିନ ବି, ଜିଙ୍କ ରହିଥାଏ । ଏହା ଟେଷ୍ଟୋଷ୍ଟେରୋନ (ସେକ୍ସ ହରମୋନ) ସ୍ତର ବଢ଼ାଇବା ସହ ଯୌନ ଇଚ୍ଛାକୁ ବଢ଼ାଇଥାଏ । ମାଂସ,ଅଣ୍ଡା ଓ କ୍ଷୀର ଜାତୀୟ ପଦାର୍ଥରେ କୋଲେଷ୍ଟରାଲ ଓ ସେଚୁରେଟେଡ ଏନିମଲ ଫ୍ୟାଟ ରହିଥାଏ । ଯାହାକି ଧମନୀକୁ ବନ୍ଦ କରିଦେଇଥାଏ ।

ଆମେିରିକା ଜର୍ଣ୍ଣାଲ ଅଫ୍‌ କ୍ଲିନିକାଲ ନ୍ୟୁଟ୍ରେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଫ୍ଲୋବେନାଇଡସରେ ଭରପୁର ଖାଦ୍ୟ ପୁରୁଷଙ୍କ ମଧ୍ୟରେ ଇରେକ୍ଟାଇଲ ଡିସଫଙ୍କସନକୁ ଭଲ କରିଥାଏ । ଏହାସହ ମାଂସ ଓ ଡାଏରୀ ପ୍ରଡକ୍ଟ ନଖାଇବା ଦ୍ୱାରା ଆମ ଶରୀରରେ ସେରୋଟିନନ ନାମକ ହରମୋନ ବଢ଼ିଥାଏ । ଫଳରେ ଏହି ହର୍ମୋନ ଆମକୁ ଖୁସୀ ରଖିବା ସହ ଆମ ମନରେ ପ୍ରେମ କରାଇବାର ଇଚ୍ଛା ଜାଗ୍ରତ କରିଥାଏ । ଫଳରେ ଆମେ ଶଯ୍ୟାରେ ଭଲ ପ୍ରେମ କରିପାରିଥାଉ ।

  • Related Posts

    ଖାଇବା ସମୟରେ ଏହି ଲକ୍ଷଣ ଦେଇଥାଏ କ୍ୟାନ୍ସରର ସଙ୍କେତ

    ଅନେକ ପ୍ରକାର କ୍ୟାନ୍ସରରେ ପ୍ରାରମ୍ଭିକ ପର୍ୟ୍ୟାୟରେ କୌଣସି ଗମ୍ଭୀର ଲକ୍ଷଣ ନଜର ଆସିନଥାଏ । କିନ୍ତୁ ଏମିତି କିଛି ସଙ୍କେତ ରହିଛି ଯେଉଁଥିରୁ କ୍ୟାନ୍ସର ହୋଇଛି ବୋଲି ଜାଣିହେବ ଏବଂ ସଠିକ୍ ସମୟରେ ଚିକିତ୍ସା କରିହେବ । ଯଦି ଆପଣ ଧ୍ୟାନ…

    Continue reading
    ଏହି ଆଠଟି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

    ଅନେକ ସମୟରେ ଆପଣ ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିବେ। ଯାହାକୁ ଆପଣ ଅଣଦେଖା କରିଥାଆନ୍ତି। ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇନଥାଆନ୍ତି, କିନ୍ତୁ ଏପରି କଲେ ଆପଣଙ୍କ ଯନ୍ତ୍ରଣା ଗୁରୁତର ହେବାର ଆଶଙ୍କା ରହିଛି। ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ