ଆମକୁ ପ୍ରାକୃତିକ ପ୍ରଣାଳୀରେ ଚାଷ କରିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟ। କୃଷି ବିଭାଗ ଉପରେ ପଡିଛି ତୈଳ ସଙ୍କଟ ପ୍ରଭାବ। ଆମକୁ ପ୍ରାକୃତିକ ପ୍ରଣାଳୀରେ ଚାଷ କରିବାକୁ ପଡ଼ିବ। ଖାଇବା ତେଲ ସମସ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି। ତେଲ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଆଜି ଭାରତ ରେକର୍ଡ ଆମଦାନୀ କରୁଛି। ଓଡ଼ିଶା କୃଷି ପ୍ରଧାନ ରାଜ୍ୟ। ରାଜ୍ୟରେ ୨୧ ଲକ୍ଷ ହେକ୍ଟର ଡାଲି ଜାତୀୟ ଚାଷ ହେଉଛି।
ରବି ଫସଲରେ ଅନ୍ୟ ରାଜ୍ୟ ଇନପୁଟ ସବସିଡି ଦିଅନ୍ତି ନାହିଁ। ହେଲେ ଆମେ ଦେଉଛି। ରାଜ୍ୟରେ ଧାନ ଉତ୍ପାଦନ ବଢିଛି । ଆଉ ରଖିବା ପାଇଁ ଜଗା ନାହିଁ। ଆଗକୁ ସ୍ଥିତି ଜଟିଳ ହୋଇପାରେ। ଦେଶରେ ରାଜ୍ୟ ଧାନ ଉତ୍ପାଦନରେ ଦ୍ବିତୀୟ ସ୍ଥାନରେ ଅଛି। ହେଲେ ଏହାକୁ ରଖିବା ପାଇଁ ଜଗା ନାହିଁ। ପୂର୍ବରୁ କେରଳ ଓ ବିହାର ଆମଠାରୁ ଚାଉଳ ନେଉଥିଲେ। ଏବେ ତାଙ୍କର ଉତ୍ପାଦନ ବଢିଛି। ତେଣୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି କିପରି ଅନ୍ୟ ରାଜ୍ୟକୁ ଚାଉଳ ଦିଆ ଯାଇପାରିବ। କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଏହାର ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମସ୍ୟା ସମାଧାନ ନ ହେଲେ ଆଗକୁ ରାଜ୍ୟ ପାଇଁ ସମସ୍ୟା ବଢ଼ିପାରେ।
ଏବେ ଅର୍ଗାନିକ ଭୋଗ ଶ୍ରୀମନ୍ଦିରରେ ଲାଗୁଛି। କୃଷକ ସମୃଦ୍ଧ ଯୋଜନାକୁ ଆମେ ନୂଆ କରି ଚାଷୀଙ୍କୁ ୩୧୦୦ ଟଙ୍କା ଦିଆଯାଉଛି। ପୂର୍ବ ସରକାର ଶୀତଳ ଭଣ୍ଡାର କଥା ଚିନ୍ତା କରି ନଥିଲେ।ହେଲେ ଆମ ସରକାର ସବୁ ସବଡିଭିଜନରେ ଶୀତଳ ଭଣ୍ଡାର ପାଇଁ ବ୍ୟବସ୍ଥା କରାଯାଉଛି। ଆଗାମୀ ଦୁଇ ବର୍ଷରେ କୋରାପୁଟରେ ୧ ଲକ୍ଷ ଏକରରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ