ଆମେରିକାରେ ବିଲ୍‌ ପାସ୍‌, ଭାରତ ଉପରେ 100% ଟାରିଫ୍‌ର କଳାବାଦଲ

ନୂଆଦିଲ୍ଲୀ: ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକାର ହାଉସ ଅଫ୍‌ ରିପ୍ରେଜେଣ୍ଟିଭରେ ଋଷ କଟକଣା ବିଲ୍‌ ପାରିତ ହୋଇଛି । ଫଳରେ ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା । ଏହି ବିଲ୍‌କୁ 262-159 ଭୋଟରେ ମଞ୍ଜୁରୀ ମିଳିଛି । ‘ବ୍ୟାପାର ଓ ଆର୍ଥିକ ହିତ ପାଇଁ ସମସ୍ତ ପ୍ରକାର ଜରୁରୀ ପଦକ୍ଷେପ ନେବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରଥମ ପ୍ରତିକ୍ରିୟାରେ କହିଛି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

ଋଷ ଠାରୁ ଅଶୋଧିତ ତୈଳ କ୍ରୟ କରୁଛି ଭାରତ । ଏହି ବିଲ୍‌ ପାସ୍‌ ହେବା ପରେ ଯେଉଁ ସବୁ ରାଷ୍ଟ୍ର ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଛନ୍ତି ସେମାନଙ୍କ ଉପରେ 100 ପ୍ରତିଶତ ଟାରିଫ ଲଗାଇବା ପାଇଁ ଆମେରିକାକୁ ଅଧିକାର ମିଳିବ । ଏହାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୟାନ ଜାରି କରିଛି । ଭାରତ କହିଛି, ଆମେରିକା କଂଗ୍ରେସ ଋଷ ଓ ଇରାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଲ୍‌ ପାରିତ କରିଛି, ଆମେ ଏହା ଉପରେ ନଜର ରଖିଛୁ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ‘ପୂର୍ବରୁ ବି ଅନେକ ଥର କହିଆସୁଛୁ ଭାରତ ତାର 1.4 ବିଲିୟନ ଲୋକଙ୍କୁ ତୈଳ ଯୋଗାଇବାକୁ ସୁନିଶ୍ଚିତ କରିବା ପାଇଁ ପୂରାପୂରି ଭାବେ ପ୍ରତିବଦ୍ଧ ଅଟେ । ଋଷ ସହ ତୈଳ ବ୍ୟାପାର ସମ୍ପର୍କରେ ଆମେରିକାର ବିଭିନ୍ନ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି । ଭାରତ ପକ୍ଷରୁ କେବଳ ଦ୍ବି-ପାକ୍ଷିକ ସମ୍ପର୍କ ନୁହେଁ ବଂର ଅନ୍ତରାଷ୍ଟ୍ରୀୟ ଶକ୍ତି ବଜାର ଉପରେ କିପରି ପ୍ରଭାବ ପଡିବ ତାହା ଉପରେ ମଧ୍ୟ କହିଛି ।

ମନ୍ତ୍ରଣାଳୟ ଆହୁରି କହିଛି ଯେ, ଭାରତ ନିଜ ବ୍ୟାପାର ଓ ଆର୍ଥିକ ହିତ ପାଇଁ ସମସ୍ତ ପ୍ରକାର ଜରୁରୀ ପଦକ୍ଷେପ ଗ୍ରହଣ କରିବ । ଏହି ସବୁ ପରିସ୍ଥିତି ସହ ଲଢିବା ପାଇଁ ଭାରତ ବ୍ୟାପାର ଓ ଉଦ୍ୟୋଗ ସଂଗଠନ ଗୁଡିକ ସହ ମିଶି କାମ କରିବ ।
ଗତ ମାସ ୟୁଏସ ସିନେଟ୍‌ରେ ପାସ୍‌ ହୋଇଥିବା ଲିଣ୍ଡସେ ଓ.ଗ୍ରାହମ ସିକ୍ଲୋନିଂ ଋଷିଆ ଆଣ୍ଡ ଇରାନ ଆକ୍ଟ ଅଫ୍‌ 2026 ବିଲ୍‌କୁ ଆମେରିକାର ହାଉସ ଅଫ୍‌ ରିପ୍ରେଜେଣ୍ଟିଭରେ 262-159 ଭୋଟରେ ମଞ୍ଜୁରୀ ମିଳିଛି । ଏହା ଆଇନରେ ପରିଣତ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟକୁ ପଠାଯିବ ।

ଏହା ଆଇନରେ ପରିଣତ ହେଲେ ଆମେରିକା ରାଷ୍ଟ୍ରପତି ଚୀନ, ଭାରତ ଓ ଅନ୍ୟ ଦେଶ ଗୁଡିକ ଉପରେ 100 ପ୍ରତିଶତ ଟାରିଫ ଲଗାଇବାର ଅଧିକାର ମିଳିବ ।ଆମେରିକା ରାଷ୍ଟ୍ରପତି ଯଦି 100 ପ୍ରତିଶତ ଟାରିଫ୍‌ ଲଗାନ୍ତି, ଏହାର ପ୍ରଭାବ ଭାରତରୁ ଆମେରିକା ଯାଉଥିବା ସାମଗ୍ରୀ ଉପରେ ପଡିବ । ଆମେରିକା ବଜାରରେ ଭାରତୀୟ ଉତ୍ପାଦ ଦ୍ରବ୍ୟ ଗୁଡିକ ଦାମ୍‌ ବଢିପାରେ ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ