
ୱାସିଂଟନ: ଆମେରିକାରେ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ତୁଲସୀ ଗାବାର୍ଡ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କ୍ୟାବିନେଟର ଅଂଶ ଥିଲେ ଏବଂ ତାଙ୍କୁ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ଗାବାର୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ଫକ୍ସ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ଗାବାର୍ଡ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ ଏକ ବିରଳ ପ୍ରକାରର ହାଡ଼ କର୍କଟ ରୋଗ ସହିତ ଲଢ଼ୁଛନ୍ତି। ତାଙ୍କ ସହିତ ରହିବା ପାଇଁ ସେ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଉଛନ୍ତି। ଶୁକ୍ରବାର ଓଭାଲ ଅଫିସରେ ଏକ ବୈଠକ ସମୟରେ ଗାବାର୍ଡ ରାଷ୍ଟ୍ରପତିଙ୍କୁ ଏହା ଜଣାଇଥିଲେ।

