ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ/ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପବିତ୍ର ଓ ପ୍ରତିଷ୍ଠିତ ବାବା ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଜମ୍ମୁରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି । କଡ଼ା ସୁରକ୍ଷା ମଧ୍ୟରେ ଏହି ଜଥା ଆଜି ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିବ । ଚଳିତ ବର୍ଷ ଯାତ୍ରାରେ ପ୍ରଥମ ଥର ପାଇଁ ବାବାଙ୍କ ଦର୍ଶନ କରିବାକୁ ଆସିଥିବା ଯୁବ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବେଶ୍ ଅଧିକ ରହିଛି । ଗୁରୁବାର ସକାଳ ପ୍ରାୟ ୫ଟା ସମୟରେ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଅମରନାଥ ଯାତ୍ରୀଙ୍କ ପ୍ରଥମ ଦଳକୁ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ସମୟରେ ସମଗ୍ର ଅଞ୍ଚଳ ‘ବମ୍ ବମ୍ ଭୋଲେ’ ଏବଂ ‘ହର ହର ମହାଦେବ’ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା । ଦେଶର କୋଣ-ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିଲା । ବିଶେଷ କରି ରାଜସ୍ଥାନରୁ ଆସିଥିବା ଯୁବ ଶ୍ରଦ୍ଧାଳୁଙ୍କ ଜୋସ୍ ବେଶ୍ ହାଇ ଥିଲା, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ଥର ପାଇଁ ବାବା ବର୍ଫାନୀଙ୍କ ଦର୍ଶନ କରିବାକୁ ଯାଉଛନ୍ତି ।
“ଆମେ ଗୋଟିଏ ବର୍ଷ ହେବ ଏହି ଦିନକୁ ଅପେକ୍ଷା କରିଥିଲୁ । ଯେତେବେଳେ ରେଜିଷ୍ଟ୍ରେସନ ଆରମ୍ଭ ହେଲା, ଆମେ ପ୍ରଥମେ ନାମ ପଞ୍ଜିକରଣ କରିଥିଲୁ ଯେମିତି ପ୍ରଥମ ଦଳରେ ହିଁ ବାବାଙ୍କ ଦର୍ଶନ କରିପାରିବୁ । ଯଦି ବାବା ଡାକିଛନ୍ତି ଏବଂ ସେନା ଆମ ସୁରକ୍ଷାରେ ଅଛି, ତେବେ କୌଣସି ଭୟ ନାହିଁ ।” ବୋଲି ଶ୍ରଦ୍ଧାଳୁ କହିଛନ୍ତି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ଜମ୍ମୁ-କାଶ୍ମୀର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ପ୍ରାୟ ୭୦,୦୦୦ରୁ ଅଧିକ ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ଜମ୍ମୁ-କାଶ୍ମୀରରେ ମୁତୟନ ହୋଇଛନ୍ତି । CRPF ଯବାନ ଏବଂ କୋବ୍ରା କମାଣ୍ଡୋମାନେ ଶ୍ରଦ୍ଧାଳୁଙ୍କ ଗାଡ଼ି ସହ ରହିଛନ୍ତି । ଯେତେବେଳେ ଅମରନାଥ ଯାତ୍ରୀଙ୍କ ଦଳ ଜାତୀୟ ରାଜପଥ ଦେଇ ଗତି କରୁଛି, ସେତେବେଳେ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ସାଧାରଣ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉଛି । ପ୍ରଥମ ଦଳର ଏହି ଶ୍ରଦ୍ଧାଳୁମାନେ ବାଲଟାଲ ଏବଂ ପହଲଗାମ ବେସ୍ କ୍ୟାମ୍ପରେ ପହଞ୍ଚିବା ପରେ, ଶୁକ୍ରବାର ସକାଳୁ ପବିତ୍ର ଶିବଲିଙ୍ଗଙ୍କ ଦର୍ଶନ ପାଇଁ ଆଗକୁ ଯାତ୍ରା ଆରମ୍ଭ କରିବେ ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ