ଭୁବନେଶ୍ୱର:୧୮ ମେ’ରେ ମିଥୁନ ରାଶିରେ ଚନ୍ଦ୍ରମା-ଗୁରୁ ଏକାଠି ହେବା ପରେ ଅତ୍ୟନ୍ତ ଶୁଭ ଗଜକେସରୀ ରାଜଯୋଗ ସୃଷ୍ଟି କରିବେ। ଜାଣନ୍ତୁ ଏହି ଯୋଗ କେଉଁ କେଉଁ ରାଶିଙ୍କ ପାଇଁ ଶୁଭ ବୃଷ- ଏହି ରାଶିଙ୍କୁ ଶାନ୍ତି ମିଳିବ । ପୁରୁଣା କଳହ ଦୂର ହେବ । ଘରେ ଥିବା ସମସ୍ୟା ଦୂର ହେବ । ମାନସିକ ଶାନ୍ତି ମିଳିବ । ବ୍ୟବସାୟୀଙ୍କୁ ଅଧିକ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ ।
କର୍କଟ- ଆର୍ଥିକ ଦୃଷ୍ଟି କୋଣରୁ ଏହି ସମୟ ଶୁଭଙ୍କର । ଆମଦାନୀ ବୃଦ୍ଧି ହେବ । ଶାନ୍ତି ମିଳିବ । ଯାତ୍ରାର ଯୋଗ ରହିଛି । ଦୁଃଶ୍ଚିନ୍ତା ଦୂର ହେବ ।
କନ୍ୟା- ଏହି ରାଶିଙ୍କ ପାଇଁ ସମ୍ପର୍କ ଓ କର୍ମକ୍ଷେତ୍ର ଦୃଷ୍ଟିରୁ ଶୁଭଫଳ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହୋଇପାରେ । ସମ୍ପର୍କରେ ନୂଆ ମୋଡ ନେବ । ଚାକିରି ଓ ବ୍ୟବସାୟରେ ଆୟରେ ବୃଦ୍ଧି ହେବ । ନିବେଶ ପାଇଁ ସମୟ ଶୁଭଙ୍କର । ଯାହା ଭବିଷ୍ୟତରେ ଲାଭ ଦେବ ।
ତୁଳା- ଜୀବନରେ ସନ୍ତୁଳନ ରହିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ସମ୍ପର୍କ ମଜଭୁତ ହେବ । ସମ୍ପର୍କରେ ମଧୁରତା ରହିବ । ଶାନ୍ତି ମଧ୍ୟ ମିଳିବ ।
ମୀନ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପୁରୁଣା ବିବାଦ ଦୂର ହେବ । ଦୁଃଶ୍ଚିନ୍ତା ଦୂର ହେବ । ବ୍ୟବସାୟୀ ସହ ଜଡିତ ଲୋକେ ଅଧିକ ଲାଭ ପାଇବେ ।
ପୁରୁଣା ସ୍ମାର୍ଟଫୋନ୍ରେ କାମ କରିବ ନାହିଁ ହ୍ୱାଟ୍ସଆପ୍
ନୂଆଦିଲ୍ଲୀ :୮ ସେପ୍ଟେମ୍ବର ୨୦୨୬ ଠାରୁ ହ୍ୱାଟ୍ସଆପ୍ ସ୍ମାର୍ଟଫୋନ୍ରେ କାମ କରିବା ବନ୍ଦ କରିଦେବ। ହ୍ୱାଟ୍ସଆପ୍ର ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ। ଯଦି ସେମାନେ ସେମାନଙ୍କର ମୋବାଇଲ୍ ଡିଭାଇସ୍ରେ ହ୍ୱାଟ୍ସଆପ୍ ବ୍ୟବହାର ଜାରି ରଖିବାକୁ ଚାହାଁନ୍ତି, ତେବେ…
