ଆସାମରେ ମୋହନଙ୍କ ନିର୍ବାଚନ ପ୍ରଚାର

ସୋନାରି (ଆସାମ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଆସାମରେ ନିର୍ବାଚନ ପ୍ରଚାର କରିଛନ୍ତି। ଶ୍ରୀ ମାଝୀ ଆସାମର ସୋନାରି ଓ ମାରିଆନି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ନେତୃତ୍ବରେ ଆସାମର ପ୍ରତ୍ୟେକ ବର୍ଗର ଲୋକଙ୍କ ହିତ ସାଧିତ ହେଉଛି। ଗରିବ କଲ୍ୟାଣ ଓ ବିକାଶ କ୍ଷେତ୍ରରେ ଆସାମରେ ବିଜେପି ସରକାର ବହୁତ କିଛି କରିଛନ୍ତି। ଆମକୁ ଜିତାଇବା ପାଇଁ ଶ୍ରୀ ବିଶ୍ବ ଶର୍ମା ୨୦୨୪ ନିର୍ବାଚନରେ ଓଡ଼ିଶାରେ ପ୍ରଚାର କରିଥିଲେ। ଏଥର ତାଙ୍କୁ ଜିତାଇବା ପାଇଁ ମୁଁ ଏଠାକୁ ପ୍ରଚାର ପାଇଁ ଆସିଛି। ବିଜେପି ପ୍ରତି ସମଗ୍ର ଆସାମ ଲୋକଙ୍କ ଆସ୍ଥା ଆହୁରି ଦୃଢ଼ୀଭୁତ ହେଉଛି। ଏଥର ଆସାମରେ ପୁଣି ଥରେ ଡବଲ ଇଞ୍ଜିନ୍ ସରକାର ଆସିବ।

  • Related Posts

    ବିଜେପି ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ସମସ୍ତ…

    Continue reading
    ବିଜେପିର ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ