ଆସିଲା ଡଲଫିନ୍ ଗଣନା ରିପୋର୍ଟ

ଭୁବନେଶ୍ୱର: ଆସିଲା ଡଲଫିନ୍ ଗଣନା ରିପୋର୍ଟ । ରାଜନଗର ମଙ୍ଗରୋଭ ୱାଇଲଡ୍ ଲାଇଫ୍ ଡିଭିଜନରେ ସର୍ବାଧିକ ୫୦୫ ଟି ଡଲଫିନ୍ ଥିବାବେଳେ ଚିଲିକା ଡିଭିଜନର ଚିଲିକା ରେଞ୍ଜ ଅଞ୍ଚଳରେ ୧୭୪ ଟି ଏବଂ ପୁରୀ ରେଞ୍ଜ ଅଞ୍ଚଳରେ ୭ ଟି, ବ୍ରହ୍ମପୁର ଅଞ୍ଚଳରେ ୧୩ ଟି, ଭଦ୍ରକ ଅଞ୍ଚଳରେ ୪ ଟି ଓ ବାଲେଶ୍ୱର ରେଞ୍ଜ ଅଞ୍ଚଳରେ ୭ ଟି ଡ଼ଲଫିନ ଅଛନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ ୪ ଟି ପ୍ରଜାତିର ଡ଼ଲଫିନ ଥିବା ଜଣାପଡିଛି ।
ଚିଲିକାରେ ୧୯୪ ଟି ଡଲଫିନ୍ ଥିବା ବେଳେ ସମଗ୍ର ଓଡିଶାରେ ୭୧୦ଟି ଡଲଫିନ୍‌ ଅଛନ୍ତି । ସେମାନଙ୍କ ମଧ୍ୟରେ ୪୯୮ଟି ହମ୍ପବ୍ୟାକ ଡଲଫିନ ଥିବା ବେଳେ ୧୮୮ ଟି ଇରାୱାଡି ଡ଼ଲଫିନ ଅଛନ୍ତି । ବନ୍ୟପ୍ରାଣୀ ବିଭାଗ ତରଫରୁ କରାଯାଇଥିବା ଡ଼ଲଫିନ ଗଣନା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ୩ ଦିନ ଧରି ଏହି ଗଣନା କାର୍ୟ୍ୟ କରାଯାଇଥିଲା । ଅର୍ଥାତ ଚଳିତ ବର୍ଷ ଜାନୁଆରୀ ମାସ ୨୦, ୨୧ ଏବଂ ୨୨ ତାରିଖରେ ଏହି ଡଲଫିନ୍ ଗଣନା କାର୍ୟ୍ୟ କରାଯାଇଥିଲା ।

ସରକାରୀ ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ଚିଲିକାରେ ୧୬୨ ଟି ଇରାୱାଡି ଡଲଫିନ୍ ଏବଂ ୨୬ ଟି ବଟଲ୍-ନୋଜ୍ ଡଲଫିନ୍ ଥିବା ଚିହ୍ନଟ ହୋଇଥିଲା । ୨୦୨୨ ମସିହାରେ ୧୫୧ ଟି ଇରାୱାଡି ଡଲଫିନ୍ ଏବଂ ୧୬ ଟି ବଟଲ୍-ନୋଜ୍ ଡଲଫିନ୍ ଥିବାବେଳେ ୨୦୨୩ ମସିହାରେ ଚିଲିକାରେ ୧୫୪ ଟି ଇରାୱାଡି ଡଲଫିନ ଏବଂ ୧୯ ଟି ବଟଲ୍ ନୋଜ୍ ପ୍ରଜାତିର ଡଲଫିନ ଥିବା ଚିହ୍ନଟ ହୋଇଥିଲା । ଏହା ପରେ ୨୦୨୪ ମସିହାରେ ଚିଲିକାରେ ୧୫୫ ଟି ଇରାୱାଡି ଡଲଫିନ ଏବଂ ୧୯ ଟି ବଟଲ୍ ନୋଜ୍ ପ୍ରଜାତିର ଡ଼ଲଫିନ ଥିବା ଚିହ୍ନଟ ହୋଇଥିଲା । ୨୦୨୫ ମସିହାରେ ଚିଲିକା ରେ ୧୯୪ ଟି ଡ଼ଲଫିନ୍ ଥିବା ଚିହ୍ନଟ ହୋଇଛି ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ