ଆସୁଛି ଗାଇଡଲାଇନ୍:ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନା

ଭୁବନେଶ୍ୱର ଯାତ୍ରା ମଞ୍ଚରେ ମନୋରଞ୍ଜନ ଆଳରେ ଆଉ ହୋଇପାରିବନି ଅଶ୍ଳୀଳତା ପ୍ରଦର୍ଶନ । ଖୁବଶୀଘ୍ର ଆସିବାକୁ ଯାଉଛି ଏହା ସମ୍ପର୍କିତ ଏକ ଗାଇଡଲାଇନ୍‌ । ସରକାର ଏହି ପ୍ରସଙ୍ଗରେ ଚିନ୍ତା କରୁଛନ୍ତି ଓ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଆଣିବାକୁ ଯାଉଛନ୍ତି । ଏହି ନିର୍ଦ୍ଦେଶାବଳୀ ଅନୁସାରେ ହିଁ ଯାତ୍ରା କମିଟିମାନେ ଆୟୋଜନ କରିବେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ତଥା ଭାଷା-ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ।ଏହି ଗାଇଡଲାଇନ ସମ୍ପର୍କରେ ସଂସ୍କୃତି ମନ୍ତ୍ରୀ ସୂରଜ କହିଛନ୍ତି,‘‘ ସଂସ୍କୃତି ବିଭାଗ ପକ୍ଷରୁ ଯେଉଁ ସହଯୋଗ ଆବଶ୍ୟକ ପଡିବ, ଆଇନ ବିଭାଗକୁ ଆମେ ସହଯୋଗ କରିବୁ । ଅଶ୍ଳୀଳତାକୁ ନେଇ କେବଳ କମିଟିକୁ ଦାୟୀ କଲେ ହେବନି, ଦର୍ଶକମାନେ ମଧ୍ୟ କିଛି ମାତ୍ରାରେ ଦାୟୀ । ତେଣୁ ଆମେ ଆମ ମାନସିକତାରେ ସ୍ୱଚ୍ଛତା ଆଣିଲେ, ଯାତ୍ରାରେ ଅଶ୍ଳୀଳତା ହ୍ରାସ ପାଇବ । ’’ ଏହା ସହ ମନ୍ତ୍ରୀ ସୂରଜ ଏହି ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଯାହା କହିଥିଲେ, ତାକୁ ସମର୍ଥନ ମଧ୍ୟ କରିଛନ୍ତି ।କିଛି ଦିନ ହେବ ଯାତ୍ରା ମଞ୍ଚରେ ନୃତ୍ୟ ଓ ବ୍ୟଙ୍ଗ ଆଳରେ ଏକ ଅପସଂସ୍କୃତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଅଶ୍ଳୀଳ ତଥା ଉତ୍ତେଜନାପୂର୍ଣ୍ଣ ନୃତ୍ୟ ପରିବେଷଣ କରାଇ ଅଧିକ ଦର୍ଶକଙ୍କୁ ଏକାଠି କରାଯିବାର ପ୍ରୟାସ ମଧ୍ୟ କରାଯାଉଛି । ଅନ୍ୟପଟେ ଆଇଟମ୍‌ ଡାନ୍ସରଙ୍କ ଅଶ୍ଳୀଳ ନୃତ୍ୟ ଓ ଲଗାମଛଡା ଉତ୍ତେଜକ ପ୍ରଦର୍ଶନ ଯାତ୍ରାରେ ଅପ୍ରୀତିକର ସ୍ଥିତି ମଧ୍ୟ ସୃଷ୍ଟି କରୁଛି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ