ଆସୁଛି ବାତ୍ୟା ‘ଫେଙ୍ଗାଲ’, ଓଡ଼ିଶାରେ କେବଳ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ଆସୁଛି ଭୀଷଣ ସାମୁଦ୍ରିକ ଝଡ଼। ସମ୍ଭାବ୍ୟ ବାତ୍ୟା ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ଅଧିକାଂଶ ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ରହିବ ନାହିଁ। କେବଳ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଏହି ବାତ୍ୟା ପ୍ରଭାବ ତାମିଲନାଡୁ, ଶ୍ରୀଲଙ୍କା ଏବଂ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବା ଆଶଙ୍କା ରହିଛି। ବାତ୍ୟା ଆସୁଥିବା ଭାରତୀୟ ପାଣିପାଗ ବିଭାଗ ତା’ର ୱେବସାଇଟ୍‌ରେ ଦର୍ଶାଇଥିଲେ ମଧ୍ୟ ଏହାର ଗତିପଥ ଓ ତୀବ୍ରତା ସ୍ପଷ୍ଟ କରିନାହିଁ। ସମ୍ଭାବ୍ୟ ବାତ୍ୟାର ନାମ ସାଉଦି ଆରବ ଅନୁଯାୟୀ ‘ଫେଙ୍ଗାଲ’ ରହିବ। ଆସନ୍ତା ୨୧ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨ଦିନରେ ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇ ପାରେ। ବଙ୍ଗୋପସାଗର ତାପମାତ୍ରା ୨୮ଡିଗ୍ରୀ ଉପରେ ଥିବାରୁ ବାତ୍ୟା ପାଇଁ ସମୁଦ୍ରରେ ପାଗ ଅନୁକୂଳ ରହିଛି। ବାତ୍ୟାକୁ ନେଇ ବିଭିନ୍ନ ଘରୋଇ ପାଣିପାଗ ସଂସ୍ଥାଗୁଡ଼ିକ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ଜିଏଫଏସ୍‌-ଏନସିଆଇସିଏମ ସଂସ୍ଥା ଅବପାତ ବାତ୍ୟା ରୂପ ନେବା ସ୍ପଷ୍ଟ କରିଛି। ନଭେମ୍ବର ୨୫ରୁ ୩୦ତାରିଖ ମଧ୍ୟରେ ତାମିଲନାଡୁ-ଶ୍ରୀଲଙ୍କା ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଆଇଏମଡି-ଜିଏଫଏସ ସଂସ୍ଥା କହୁଛି, ଭୀଷଣ ବାତ୍ୟା ରୂପରେ ଦକ୍ଷିଣ-ପୂର୍ବ ଶ୍ରୀଲଙ୍କା ଏବଂ ଦକ୍ଷିଣ ତାମିଲନାଡୁ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଏନସିଇପି-ଜିଏଫଏସ ସଂସ୍ଥା ଝଡ଼ ୨୬ ତାରିଖ ବେଳକୁ ଭୀଷଣ ବାତ୍ୟା ରୂପନେଇ ଦକ୍ଷିଣ ଶ୍ରୀଲଙ୍କା ଉପକୂଳ ଛୁଇଁପାରେ ଦର୍ଶାଇଛି। ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହୋଇ ୨୯ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳ ଆଡକୁ ମୁହାଁଇବ। ଏନସିୟୁଏମ(ଆର) ସଂସ୍ଥା ୨୬ରୁ ୨୭ ତାରିଖ ମଧ୍ୟରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଶ୍ରୀଲଙ୍କା ଏବଂ ଦକ୍ଷିଣ ତାମିଲନାଡୁ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ଥିବା ସ୍ପଷ୍ଟ କରିଛି। ଇସିଏମଡବ୍ଲ୍ୟୁଏଫ ମଡେଲ ସିଷ୍ଟମ ଗଭୀର ଅବପାତରେ ରହିବା ନେଇ ଆକଳନ କରିଛି। ୨୭ତାରିଖ ବେଳକୁ ବାତ୍ୟା ଶ୍ରୀଲଙ୍କା ଏବଂ ତାମିଲନାଡୁ ଆଡକୁ ମୁହାଁଇବା ସମ୍ଭାବନା ଥିବା ଆକଳନ କରିଛି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ