ଭୁବନେଶ୍ୱର: କମିସନରେଟ୍ ପୁଲିସ ଓ ନମନ ‘ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱରର ସ୍ଥିତ ରେଳ ଅଡିଟୋରିୟମ୍ରେ ଆୟୋଜିତ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ’କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଦିନକୁ ଦିନ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରୁ ବୃଦ୍ଧି ପାଉଥିବା ଆତ୍ମହତ୍ୟା ପ୍ରବଣତା ପାଇଁ ଚିନ୍ତାପ୍ରକାଶ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ, ଜୀବନରେ ଶୃଙ୍ଖଳିତ ହେବା ଜରୁରୀ ବୋଲି ବାର୍ତ୍ତା ଦେଇଛନ୍ତି । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୀବନରେ ଯେକୌଣସି ମୁହୁର୍ତ୍ତରେ ବି କଷ୍ଟ ଆସିବ ହେଲେ ଏହାକୁ ସମ୍ମୁଖିନ ହୋଇ ଆଗକୁ ବଢ଼ିବା ହିଁ ଜୀବନ । ଜୀବନର ଏହି ଆହ୍ୱାନକୁ ସାମ୍ନା କରିବା ଓ ଆତ୍ମହତ୍ୟା ରୋକିବା ପାଇଁ ଆମେ ସଚେତନ ହେବା ସହ ଅନ୍ୟଙ୍କୁ ସଚେତନ କରିବା ଜରୁରୀ । ଏହି ଅବସରରେ ଅଭିନେତା ସବ୍ୟସାଚୀ ମିଶ୍ର, ଶୈଳେନ୍ଦ୍ର ସାମନ୍ତରାୟ, ଅଭିନେତ୍ରୀ ଦିବ୍ୟା ମହାନ୍ତି, ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଓ ମନସ୍ତତ୍ତ୍ୱବିତ୍ ଡକ୍ଟର ଅମୃତ ପାଟଯୋଶୀଙ୍କ ସହ ଲାଇଭ୍ ଆଲୋଚନା ହୋଇଥିଲା । ‘ଓଡ଼ିଆ କଳାକର୍ଣ୍ଣକା ସ୍ୱର’ ଦ୍ୱାରା ଆତ୍ମହତ୍ୟା ପରେ ଶାନ୍ତି ଆଶା କରୁଥିବା ଏକ ଆତ୍ମା କିପରି ଅନୁତାପ ଓ ଯନ୍ତ୍ରଣାରେ ଜର୍ଜରିତ ନାଟକ ମାଧ୍ୟମରେ ପରିବେଷଣ କରାଯାଇଥିଲା ।
ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୨ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ୪୬୦୦ କୋଟି ଟଙ୍କା ବ୍ୟୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍କୁ ଅନୁମୋଦନ ମିଳିଛି, ଯାହାକୁ ସ୍ୱାଗତ କରିଛନ୍ତି…