୨୫ ତମ ଅନ୍ତର୍ଜାତୀୟ ଯୁବ ଦିବସ

ଭୁବନେଶ୍ୱର: ଆଜି ହେଉଛି ୨୫ ତମ ଅନ୍ତର୍ଜାତୀୟ ଯୁବ ଦିବସ । ଯୁବବର୍ଗଙ୍କର ସମାଜିକ ଜୀବନ ଓ ଆବଶ୍ୟକତା ଉପରେ ଗୁରୁତ୍ୱପ୍ରଦାନ ନିମନ୍ତେ ୧୯୯୯ ମସିହା ଜାତିସଂଘର ସାଧାରଣ ପରିଷଦ ଅନ୍ତର୍ଜତୀୟ ଯୁବ ଦିବସ ପ୍ରସ୍ତାବ ସ୍ୱୀକାର କରିଥିଲା । ୧୨ ଅଗଷ୍ଟ ୨୦୦୦ ମସିହା ଠାରୁ ଏହି ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଆସୁଛି । ଅନେକ ଆଶା ଓ ସମ୍ଭାବନାର ସମିଶ୍ରଣ ଏହି ଯୁବଗୋଷ୍ଠୀ ହେଉଛନ୍ତି ଭାରତର ସବୁଠାରୁ ବଡ ଶକ୍ତି । ଭାରତରେ ସଂପ୍ରତି ୩୫ ବର୍ଷରୁ କମ୍‌ ୬୫ କୋଟି ଯୁବକ ରହିଛନ୍ତି । ଏହି ବିଶାଳ ଯୁବବର୍ଗଙ୍କୁ ଯଦି ସଠିକ୍‌ ମାର୍ଗଦର୍ଶନ ମିଳେ ତେବେ ଖୁବଶୀଘ୍ର ଭାରତ ଏକ ବୃହତ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଣତ ହୋଇପାରିବ । ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଯାଇପାରିଲେ ସାମଗ୍ରିକ ଭାବରେ ଦେଶ ବିକଶିତ ହୋଇପାରିବ । ଯୁବବର୍ଗ କର୍ମସଂସ୍ଥାନ ପାଇଁ ଦେଶ ଛାଡିବା ବଦଳରେ ଯଦି ନିଜ ରାଜ୍ୟ ବା ନିଜ ଦେଶରେ ନିଜ ବୁଦ୍ଧି, ଜ୍ଞାନ ଓ କୌଶଳର ବିନିଯୋଗ କରାଇ ଅନ୍ୟମାନଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିବେ ତେବେ ସମାଗ୍ରିକ ଲକ୍ଷ୍ୟ ପୂରଣ ହୋଇପାରିବ ।

  • Related Posts

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ଭୁବନେଶ୍ୱର:ସୁନ୍ଦର ପିଚାଇଙ୍କୁ କିଏ ନଜାଣେ। ସେ ଆଲଫାବେଟ୍ ଇନକର୍ପୋରେଟେଡ୍ ଏବଂ ଏହାର ସହାୟକ ସଂସ୍ଥା ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସୁନ୍ଦର ପିଚାଇ ଜଣେ ମାସାଂହାରୀ ନୁହନ୍ତି ତେଣୁ ସେ ପ୍ରୋଟିନ୍‌ ଆବଶ୍ୟକତା ପୁରଣ କରିବା…

    Continue reading
    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ଭୁବନେଶ୍ୱର: ରୀତେଶ ଦେଶମୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଜା ଶିବାଜୀ’ ମେ’ ପହିଲାରେ ରିଲିଜ୍‌ ହୋଇଛି। ମାତ୍ର କିଛି ଘଣ୍ଟାର ଅଗ୍ରୀମ ଟିକେଟ୍‌ ବୁକିଂରୁ ଫିଲ୍ମ କୋଟି କୋଟି ଟଙ୍କା ଆଦାୟ କରିସାରିଲାଣି। ସାରା ଦେଶରେ ଏହାର ୧୧୦୫ଟି ଶୋ’ ଚାଲିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ