“ଇପସିତା ପ୍ରଥମେ ଆକ୍ରମଣ କଲେ”

ଭୁବନେଶ୍ୱର: ଗତକାଲି ବିଜେଡିର ପ୍ରତିଷ୍ଠ ଦିବସରେ ଶଙ୍ଖଭବନରେ ସୃଷ୍ଟ ଗଣ୍ଡଗୋଳ ଘଟଣାରେ ବିଜେଡି କର୍ମୀ ପୁଷ୍ପାଞ୍ଜଳି ରଣା ଶୁକ୍ରବାର ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ଇପସିତା ପ୍ରଥମେ ଆକ୍ରମଣ କଲେ । ଆକ୍ରମଣ କରି ମୋ ଚେନ ଛିଡ଼ାଇଦେଲେ ବୋଲି ପୁଷ୍ପାଞ୍ଜଳି କହିଛନ୍ତି । ଏପରିକି ଇପସିତା ତାଙ୍କ ଶାଢ଼ୀ ମଧ୍ୟ ଚିରି ଦେଇଥିବା ପୁଷ୍ପାଞ୍ଜଳି ଅଭିଯୋଗ କରିଛନ୍ତି । ଜଗନ୍ନାଥ ମୋତେ ବଞ୍ଚାଇଦେଲେ, ମୋତେ ସବୁଠି ସମର୍ଥନ ମିଳୁଛି । ଚେୟାର ପକାବେଳେ ଆମକୁ ଅପମାନିତ କଲେ । ଛୋଟ ପିଲା ଭାବି କ୍ଷମା କଲି । ମାଇଲେଜ ନେବା ପାଇଁ ଅଧା ଭିଡିଓ ପକାଇଛନ୍ତି ବୋଲି ପୁଷ୍ପାଞ୍ଜଳି ରଣା କହିଛନ୍ତି ।

ସୂଚନା ଅନୁସାରେ, ଶଙ୍ଖଭବନରେ ଆୟୋଜିତ ବିଜେଡିର ୨୭ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହରେ ଦଳର ରାଜ୍ୟ କାର୍ୟ୍ୟପରିଷଦ ସଦସ୍ୟା ତଥା ଭୁବନେଶ୍ୱର ଜୋନ୍ ମହିଳା ବିଜେଡି କାର୍ୟ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ଓ ଛାତ୍ର ବିଜେଡି ମହାସଚିବ ତଥା ଦଳର ମୁଖପାତ୍ର ଇପସିତା ସାହୁ ମୁହାଁମୁହିଁ ହୋଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଭାସ୍ଥଳକୁ ଆସିବାର ମାତ୍ର କିଛି ସମୟ ପୂର୍ବରୁ ଚେୟାରରେ ବସିବାକୁ ନେଇ ଦୁଇ ନେତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଆଉ ସଭା ଶେଷ ହେବାପରେ ନବୀନ ସଭାମଂଚରୁ ମାତ୍ର ୫୦ମିଟର ଦୂରରେ ଶଙ୍ଖଭବନ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବାବେଳେ ଦୁଇ ନେତ୍ରୀ ପୁଣିଥରେ ମୁହାଁମୁହିଁ ହୋଇଥିଲେ । ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦୁଇ ନେତ୍ରୀ ପରସ୍ପରକୁ ଗାଳିଗୁଲଜ କରିବା ସହ ଶାଢ଼ୀ ଚିରା, ଧସ୍ତାଧସ୍ତି ଓ ଚେୟାର ଫିଙ୍ଗା ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ । ଏବେ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଇପସିତାଙ୍କୁ ପୁଷ୍ପାଞ୍ଜଳି ଦୁଇଥର ଚାପୁଡ଼ା ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

  • Related Posts

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟ ବିଜେପି ସଭାପତି

    ଭୁବନେଶ୍ବର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ତିରୋଧାନ ଦିବସ । ଭୁବନେଶ୍ୱର ଏମ୍ସ ପରିସରରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ…

    Continue reading
    ସୁଲତାଙ୍କ ପୋଷ୍ଟକୁ ନେଇ ବଢ଼ିଲା ବିବାଦ, କ୍ୟାପିଟାଲ ଥାନାରେ ବିଜେପିର ଏତଲା

    ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ବିରୋଧରେ ଥାନାରେ ବିଜେପିର ଏତଲା। ଫ୍ଲାଗ୍ କୋଡ୍ ଉଲ୍ଲଂଘନ ସହ ଏଆଇ ଫଟୋର ଅପବ୍ୟବହାର କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଏକ ଏଆଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ