ଇରାନର ଚାପ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ: ଭାନ୍ସ

ୱାଶିଂଟନ: ଇରାନ ସହିତ ହେବାକୁ ଯାଉଥିବା ଶାନ୍ତି କଥାବାର୍ତ୍ତା ପାଇଁ ଆମେରିକା ଏହାର ମନୋଭାବ ସ୍ପଷ୍ଟ କରିଛି। ଶାନ୍ତି କଥାବାର୍ତ୍ତା ପାଇଁ ଆମେରିକା ପ୍ରତିନିଧି ଦଳର ନେତୃତ୍ବ ନେଉଥିବା ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଆଶା କରିଛନ୍ତି ଯେ ଏହି କଥାବାର୍ତ୍ତା ସକାରାତ୍ମକ ରହିବ।

ପାକିସ୍ତାନ ଗସ୍ତ ପୂର୍ବରୁ ନିଜର ବାର୍ତ୍ତାରେ ଭାନ୍ସ କହିଛନ୍ତି ଯେ ଏହି କଥାବାର୍ତ୍ତାରେ ଇରାନ ଶାନ୍ତିର ହାତ ବଢାଇବା ପୂର୍ବକ ଖୋଲା ହୃଦୟ ଓ ବିଶ୍ବାସର ସହିତ ଆଗକୁ ବଢିବ। ଆଉ ଇରାନ ଯଦି ଆମ ଆଡକୁ ଶାନ୍ତିର ହାତ ବଢାଏ ତେବେ ଆମେ ଏହାକୁ ନିଶ୍ଚିତ ସ୍ବାଗତ କରିବୁ। ଶାନ୍ତି କଥାବାର୍ତ୍ତା କାଳରେ ଇରାନ ଯଦି କୌଣସି ପ୍ରକାର ଚାପ ପକାଇବାକୁ ଚେଷ୍ଟା କରେ ତେବେ ଆମେରିକା ମୁଣ୍ଡ ନୁଆଁଇବ ନାହିଁ।
ଇରାନ ଯଦି ଆଲୋଚନା ବୈଠକରୁ ଓହରିଯିବାକୁ ଧମକ ଦେଉଛି, ତେବେ ତାହାର ପରିଣାମ ଭୟଙ୍କର ହେବ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି ଲେବାନନରେ ଇସ୍ରାଏଲର ଆକ୍ରମଣକୁ ଦର୍ଶାଇ ଇରାନ ଯେଉଁ ସର୍ତ୍ତ ରଖିଛି, ତାହାକୁ ଆମେରିକା ଗ୍ରହଣ କରିବ ନାହିଁ। ଭାନ୍ସଙ୍କ ମତରେ, ଇରାନ ନିଜର ଆଞ୍ଚଳିକ ସ୍ୱାର୍ଥ ପାଇଁ ଶାନ୍ତି ଆଲୋଚନାକୁ ବ୍ୟବହାର କରିବାକୁ ଚାହୁଁଛି। ଇସ୍ରାଏଲ୍‌କୁ ସମର୍ଥନ ଜଣାଇ ଭାନ୍ସ କହିଛନ୍ତି ଯେ ଇସ୍ରାଏଲ ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ଇରାନ ଯଦି ହେଜବୋଲ୍ଲା କିମ୍ବା ଅନ୍ୟ ଆତଙ୍କବାଦୀ ଗୋଷ୍ଠୀକୁ ସାହାଯ୍ୟ କରେ, ତେବେ ଆମେରିକା ନିଶ୍ଚିତ ଭାବେ ଇସ୍ରାଏଲ ସହ ଛିଡ଼ା ହେବ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ