ଇସ୍ରାଏଲ-ଲେବାନନ ୧୦ଦିନିଆ ଅସ୍ତ୍ରବିରତି

ୱାଶିଂଟନ: ଇସ୍ରାଏଲ ଓ ଲେବାନନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୦ଦିନିଆ ଅସ୍ତ୍ରବିରତି ହୋଇଛି। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହୋଇଥିବା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଗୁରୁବାର ଘୋଷଣା କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଲେବାନନ୍‌ ରାଷ୍ଟ୍ରପତି ​‌ଜୋସେଫ ଆଉନଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଏହି ଅସ୍ତ୍ରବିରତି ହୋଇଥିବା ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ଏହି ଅସ୍ତ୍ରବିରତିକୁ ସ୍ବାଗତ କରିବା ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ପ୍ରଥମ ସୋପାନ ବୋଲି କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ମଧ୍ୟସ୍ଥତାରେ ଏହି ଶାନ୍ତି କଥାବାର୍ତ୍ତା ହୋଇଛି। ଆଗକୁ ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଟ୍ରମ୍ପ ତାଙ୍କ ଉପ ରାଷ୍ଟ୍ରପତି ଜେଡି ଭାନ୍ସ, ରୁବିଓଙ୍କୁ ଦାୟିତ୍ବ ଦେଇଛନ୍ତି। ଏପରିକି ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ଲେବାନନ୍‌ ରାଷ୍ଟ୍ରପତି ଆଉନଙ୍କୁ ପରବର୍ତ୍ତୀ ଶାନ୍ତି କଥାବାର୍ତ୍ତା ନିମନ୍ତେ ହ୍ବାଇଟ ହାଉସ୍‌କୁ ନିମନ୍ତ୍ରଣ କରିଛନ୍ତି। ଟ୍ରମ୍ପଙ୍କ ଘୋଷଣା ଅନୁଯାୟୀ ଗୁରୁବାର ରାତିରୁ ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଛି।

ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଏହି ଅସ୍ତ୍ରବିରତିକୁ ଲେବାନନ୍‌ ପ୍ରଧାନମନ୍ତ୍ରୀ ନୱାଫ୍ ସଲାମ ସ୍ବାଗତ କରିଛନ୍ତି। ଏହି ଅସ୍ତ୍ରବିରତିରେ ଆମେରିକା ସହିତ ଫ୍ରାନ୍ସ, ସାଉଦି ଆରବ, ଇଜିପ୍ଟ, କାତାର ଓ ଜେର୍ଡାନ ମଧ୍ୟସ୍ଥତା କରିଥିଲେ। ଏହିସବୁ ମଧ୍ୟସ୍ଥ ଦେଶକୁ ନୱାଫ୍ ଧନ୍ୟବାଦ ଜଣାଇଛନ୍ତି। ଲେବାନନ ରାଷ୍ଟ୍ରପତି ଆଉନ ମଧ୍ୟ ଅସ୍ତ୍ରବିରତିକୁ ସ୍ବାଗତ କରିବା ସହ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ମାର୍ଚ୍ଚ ୨ ତାରିଖରୁ ଇସ୍ରାଏଲ ଓ ହେଜବୋଲ୍ଲା ମଧ୍ୟରେ ସଂଘର୍ଷ ଲାଗି ରହିଥିଲା। ଏହା ପୂର୍ବରୁ ଲେବାନନ୍ ରାଷ୍ଟ୍ରପତି କହିଥିଲେ ଯେ ସେ ନେତାନ୍ୟାହୁଙ୍କ ସହ କୌଣସି ପ୍ରକାର ଶାନ୍ତି କଥାବାର୍ତ୍ତା କରିବେ ନାହିଁ। ଆମେରିକାର ନିବେଦନ ସତ୍ତ୍ବେ ଆଉନ ଶାନ୍ତି କଥାବାର୍ତ୍ତାକୁ ଅଗ୍ରାହ୍ୟ କରିଥିଲେ। ଗତ ପ୍ରାୟ ତିନି ଦଶନ୍ଧି ହେଲା ଇସ୍ରାଏଲ ଓ ଲେବାନନ୍‌ ମଧ୍ୟରେ କୌଣସି ପ୍ରକାର ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇ ନାହିଁ। ଲେବାନନ୍‌ରେ ସକ୍ରିୟ ଥିବା ହେଜବୋଲ୍ଲା ସଂଗଠନ ହେଉଛି ଇରାନ ସମର୍ଥିତ ଏକ ଆତଙ୍କବାଦୀ ସଂଗଠନ। ଏହି ସଂଗଠନ ମାର୍ଚ୍ଚ ୨ରୁ ଇସ୍ରାଏଲ ବିରୋଧରେ ଯୁଦ୍ଧ ଚଳାଇଛି। ଯାହାର ଦୃଢ ପ୍ରତିଜବାବ ଇସ୍ରାଏଲ ଦେଇ ଚାଲିଛି। ୨୦୨୪ରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଇସ୍ରାଏଲ ଓ ଲେବାନନ ମଧ୍ୟରେ ଏହି ଅସ୍ତ୍ରବିରତି ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସ୍ଥାୟୀ ଶାନ୍ତି କଥାବାର୍ତ୍ତାରେ ସହାୟକ ହେବ ବୋଲି ଆଶା କରାଯାଇଛି। କାରଣ ଲୋବନନ୍‌ ଉପରେ ଇସ୍ରାଏଲର ଆକ୍ରମଣକୁ ଇରାନ ଶାନ୍ତି କଥାବାର୍ତ୍ତା ସମୟରେ ବିରୋଧ କରିଥିଲା। ଆମେରିକା ଓ ଇରାନ ଶାନ୍ତି କଥାବାର୍ତ୍ତାର ବିଫଳତା ପଛରେ ଏହା ଅନ୍ୟତମ କାରଣ ଥିଲା।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ