ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ସ୍ପଟ୍ ନାମଲେଖା ପାଇଁ ଆବେଦନ ବିଜ୍ଞପ୍ତି

ଭୁବନେଶ୍ବର: ଓଡ଼ିଶା ଉଚ୍ଚଶିକ୍ଷା ଅଧିନରେ ଥିବା କଲେଜ ଓ ୟୁନିଭର୍ସିଟିଗୁଡ଼ିକରେ ଖାଲି ପଡ଼ିଛି ହଜାର ହଜାର ସିଟ । ସେ ଯୁକ୍ତ ତିନି ହେଉ ବା ପିଜି ପାଠ୍ୟକ୍ରମ, ସବୁଥିରେ ଖାଲି ପଡ଼ିଛି ସିଟ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ସ୍ପଟ୍ ନାମଲେଖା ପାଇଁ ଆବେଦନ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜ ଓ ବିଶ୍ବବିଦ୍ୟାଳୟରେ +୩ (UG), ପିଜି (PG), ୨ ବର୍ଷିୟା B.Ed/M.Ed, ୩ ବର୍ଷିୟା LL.B. ଓ ୩ ବର୍ଷିୟା ଇଣ୍ଟିଗ୍ରେଟେଡ୍‌ B.Ed/M.Ed ପାଠ୍ୟକ୍ରମରେ ଖାଲି ପଡ଼ିଥିବା ସିଟ୍‌ରେ ସ୍ପଟ୍‌ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଅକ୍ଟୋବର ୧୫ ତାରିଖ ଦିନ ଅର୍ଥାତ ଆଜି ୧୧ଟା ସମୟରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ଆଶାୟୀମାନେ SAMS ପୋର୍ଟାଲରେ ଆବେଦନ କରିପାରିବେ । ୨୭ ଅକ୍ଟୋବରରେ ରାଙ୍କ କରାଯିବ । ୩୦ ଅକ୍ଟୋବର ନାମଲେଖା ପ୍ରକ୍ରିୟା କରାଯିବ ।
ରାଜ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ୨୦୨୫-୨୬ ଶିକ୍ଷାବର୍ଷରେ ନାମଲେଖା ଚାଲୁ ରହିଛି । ଚଳିତ ଶିକ୍ଷା ବର୍ଷରେ ମୋଟ ୧୦୫୮ କଲେଜରେ UG ନାମଲେଖା ଚାଲିଛି ।କଳା ବିଭାଗରେ ୧ ଲକ୍ଷ ୫୬ ହଜାର ୪୨୬ ସିଟ ରହିଥିବା ବେଳେ ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୯୫୨ ଜଣ ନାମଲେଖାଇଛନ୍ତି । ବାକି ୩୨ ହଜାର ୪୭୪ଟି ସିଟ ଏବେ ବି ଖାଲି ପଡ଼ିଛି । ଫିଜିକାଲ ସାଇନ୍ସ ବିଭାଗରେ ମୋଟ ସିଟ ୪୫ ହଜାର ୭୮୧ଟି ସିଟ୍‌ ରହିଥିବା ବେଳେ ନାମ ଲେଖାଇଛନ୍ତି ମାତ୍ର ୨୬ ହଜାର ୬୯୨ ଓ ଖାଲି ପଡ଼ିଛି ୧୯ ହଜାର ୦୮୯ଟି ସିଟ । ବାୟୋଲୋଜିକାଲ ସାଇନ୍ସ ବିଭାଗରେ ମୋଟ ସିଟ ସଂଖ୍ୟା ୨୮ ହଜାର ୭୪୪ । ସେଥିମଧ୍ୟରୁ ୨୦ ହଜାର ୮୩୮ଟି ସିଟରେ ନାମଲେଖା ହୋଇଥିବା ବେଳେ ବାକି ୭ ହଜାର ୯୦୬ ଟି ସିଟ ଏବେ ବି ଖାଲି ପଡ଼ିଛି । ବାଣିଜ୍ୟ ବିଭାଗରେ ମୋଟ ସିଟ ୩୨ ହଜାର ୨୯୨ ରହିଥିବା ବେଳେ ୧୭ ହଜାର ୩୮୫ ସିଟରେ ନାମଲେଖା ହୋଇଛି । ଏବେବି ୧୪ ହଜାର ୯୦୭ ଖାଲି ପଡ଼ିଛି ।
ରାଜ୍ୟରେ ୧୦୫୮ କଲେଜରେ ମୋଟ ସିଟ ସଂଖ୍ୟା ୨ ଲକ୍ଷ ୭୭ ହଜାର ୬୮୯ ସିଟ ରହିଥିବା ବେଳେ ୧ ଲକ୍ଷ ୯୭ ହଜାର ୩୨୮ ସିଟରେ ନାମଲେଖା ହୋଇଛି । ଏବେ ମଧ୍ୟ ୮୦ ହଜାର ୬୭୭ ସିଟ ଖାଲି ପଡ଼ିଥିବା ସାମ୍ସ ପକ୍ଷରୁ ସୂଚନା ମିଳିଛି ।ସେହିପରି ଭାବରେ ପିଜିରେ ମୋଟ ୧୨୬ଟି ମହାବିଦ୍ୟାଳୟ କିମ୍ବା ବିଶ୍ଵବିଦ୍ୟାଲାୟ ରହିଥିବା ବେଳେ ୩୧ ହଜାର ୮୯୩ଟି ସିଟ ରହିଛି । ସେଥିମଧ୍ୟରୁ ଆହୁରି ହଜାର ହଜାର ସିଟ ପୂର୍ଣ୍ଣ ହୋଇପାରୁନାହିଁ । ଯାହାକୁ ନେଇ ଆଉଥରେ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଛି । ୨ ବର୍ଷୀୟା B.Ed ବିଭାଗରେ ସମ୍ବଲପୁରରେ ୨ଟି କଲେଜ, ଅନୁଗୋଳରେ ୩ଟି କଲେଜରେ ଖାଲି ପଡ଼ିଥିବା ବେଳେ କେନ୍ଦୁଝରରେ ୧, ସୁନ୍ଦରଗଡ଼ରେ ୩ଟି, ଭୁବନେଶ୍ଵରର ରାଜଧାନୀ କଲେଜ, କଟକର ଏସ.ବି ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ୧ କଲେଜରେ ସିଟ ଖାଲି ପଡ଼ିଛି । ତେବେ ୩ ବର୍ଷୀୟା LL.B. ବିଭାଗରେ ମୋଟ ସିଟ ସଂଖ୍ୟା ୩୯୦ ରହିଥିବା ବେଳେ ସେଥିମଧ୍ୟରୁ ୩୫୨ଟି ପୂରଣ ହୋଇଛି । ୩୮ଟି ସିଟ ଖାଲି ପଡ଼ିଛି । ରାଜ୍ୟରେ ମାତ୍ର ୪ଟି ସ୍ଥାନରେ ରହିଛି ୩ ବର୍ଷୀୟା LL.B. ପାଠ୍ୟକ୍ରମ । କଟକର ମଧୁସୂଦନ ଲ’ କଲେଜ, ବ୍ରହ୍ମପୁରର ଲିଙ୍ଗରାଜ ଲ’ କଲେଜ, ଜଟଣୀ ସିୟୁଟିଏମ କଲେଜ ଓ ଭୁବନେଶ୍ଵରର ଉତ୍କଳ ଲ’ କଲେଜ । ୩ ବର୍ଷୀୟା ଇଣ୍ଟିଗ୍ରେଟେଡ B.Ed ଓ M.Ed ପାଠ୍ଯକ୍ରମ ପାଇଁ ମୋଟ ୪ଟି କଲେଜ ରହିଛି । ସେଥିରେ ୨୦୦ଟି ସିଟ ରହିଥିବା ବେଳେ ୨୨୪୨ ଜଣ ଆବେଦନ କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ୧୯୫ ଜଣ ନାମ ଲେଖାଇଛନ୍ତି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ