ଉତ୍କର୍ଷ ଓଡ଼ିଶା: ଆଜି ୩୦ଟି ଏମଓୟୁ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ବୁଧବାର ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟ ବା ଶେଷ ଦିନ । ଦ୍ଵିତୀୟ ଦିନରେ ଆଉ ୩୦ ଟି ଏମଓୟୁ କରିବେ ରାଜ୍ୟ ସରକାର ଓ ରାଜ୍ୟ ସରକାର ୧୦୦ ରୁ ଅଧିକ ଏମଓୟୁ ଲକ୍ଷ୍ୟ ରଖିଥିବା ବେଳେ ସେ ଲକ୍ଷ୍ୟ ଠାରୁ ଅଧିକ ହେବ ବୋଲି କହିଛନ୍ତି ଶିଳ୍ପ ସଚିବ । ଆଜି ୩୦ଟି ଏମଓୟୁ ସ୍ୱାକ୍ଷରିତ ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ।ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟରେ ୧୦ଟି ସେସନ୍‌ ରହିଛି । ଯେଉଁଥିରେ ମହିଳା ଉଦ୍ୟୋଗୀ ଉପରେ ସ୍ୱତନ୍ତ୍ର ସେସନ୍‌ ହେବ । ‘ସୁଭଦ୍ରା’ରୁ ମୁଦ୍ରାକୁ ନେଇ ଏକ ପୂର୍ଣ୍ଣାଙ୍ଗ ଅଧିବେସନ ହେବ । ଶେଷ ଦିନରେ ସ୍କିଲ୍‌ ଇନ୍‌ ହେଲ୍ଥ ସେକ୍ଟର୍‌ ଏବଂ ଫାର୍ମା ସେକ୍ଟର ନିବେଶ ସୁଯୋଗ ଉପରେ ମଧ୍ୟ ଆଲୋଚନା କରାଯିବ । ମଙ୍ଗଳବାର ଭୁବନେଶ୍ଵର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍-୨୦୨୫ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଦେଶ ବିଦେଶର ନିବେଶକ ଓ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି ଓଡ଼ିଶାକୁ ଜାନୁଆରୀରେ ମୋର ଦ୍ଵିତୀୟ ଓଡ଼ିଶା ଗସ୍ତ ବୋଲି କହିଥିଲେ। ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇ କାର୍ୟ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ତେବେ ପ୍ରଥମ ଦିନରେ ସାଢେ ୪ଲକ୍ଷ କୋଟି ଟଙ୍କାର ନିବେଶ ମିଳିଛି । ୫୪ ଟି ଏମଓୟୁ ହୋଇଛି । ଶେଷ ଦିନରେ ତିନିହଜାର କୋଟି ନିବେଶ ଆସିବ ବୋଲି ଆଶା କରାଯାଉଛି ।

  • Related Posts

    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading
    ଖୁସିଖବର : ନଭେମ୍ବର ସୁଦ୍ଧା ସରିବ ଅଧ୍ୟାପକ ନିଯୁକ୍ତି  

    ଭୁବନେଶ୍ୱର, ଅକ୍ଟୋବର ୩: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳାଧିପତି ତଥା ଓଡ଼ିଶାର ମାନ୍ୟବର ରାଜ୍ୟପାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ