ଉତ୍କଳ ବିଶ୍ୱବିଦ୍ୟାଳୟରେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ଭୁବନେଶ୍ବର:ଉତ୍କଳ ବିଶ୍ୱବିଦ୍ୟାଳୟରେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଉତ୍କଳ ବିଶ୍ଵବିଦ୍ୟାଳୟର ଷ୍ଟାଫ୍ କ୍ୱାଟର ନୋଟିସ୍‌ର ସମୟ ସୀମା ପୂରଣ ହୋଇଛି। ବେଆଇନ ଭାବେ ବିଶ୍ଵବିଦ୍ୟାଳୟର ସରକାରୀ ବାସଭବନକୁ ଅକ୍ତିଆର କରିଥିବା ସମସ୍ତଙ୍କୁ ଚଳିତ ମାସ ୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶାସନ ନୋଟିସ ଜାରି କରିଥିଲା । ଗତକାଲି ସନ୍ଧ୍ୟ ୫ଟା ସୁଦ୍ଧା ଅକ୍ତିଆର ହୋଇଥିବା ସମସ୍ତ ବେଆଇନ ସରକାରୀ ବାସଭବନକୁ ଖାଲି କରିବାକୁ ବିଶ୍ୱବିଦ୍ୟାଳୟ କୁଳପତି ନିର୍ଦ୍ଦେଶ ଦେଇଥିଲେ। ସେଥି ମଧ୍ୟରୁ କିଛି ଏବେ ଖାଲି ହୋଇଥିବା ବେଳେ ଏବେ ଅନେକ ପୁଣି କେତେକକୁ ଅକ୍ତିଆର କରି ରଖିଛନ୍ତି। ସେମାନଙ୍କୁ ହଟାଇବା ପାଇଁ ଏବେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ବାଣୀ ବିହାର କ୍ୟାମ୍ପସ୍‌ରେ ୬୧୦ କ୍ୱାର୍ଟର ରହିଛି। ୪୯୨ ଷ୍ଟାଫ୍‌ଙ୍କୁ ଅନୁମତି ମିଳିଛି କ୍ୱାର୍ଟରରେ ରହିବା ପାଇଁ। ବାକି ୧୧୮ କ୍ୱାର୍ଟର ଖାଲି ପଡ଼ିଛି। ତା’ ଭିତରୁ ୪୯ କ୍ୱାର୍ଟରରେ ଅନଧିକାର ଭାବେ ଲୋକେ ରହୁଥିଲେ। ତାଙ୍କୁ ଗତକାଲି ସନ୍ଧ୍ୟା ସୁଦ୍ଧା କ୍ୱାର୍ଟର ଛାଡ଼ିବା ପାଇଁ ନୋଟିସ ଦିଆଯାଇଥିଲା। ଅନେକ କ୍ୱାର୍ଟର ଖାଲି କରିଥିବାବେଳେ ଅନେକ ଖାଲି କରୁଛନ୍ତି। ପୁଲିସ କ୍ୟାମ୍ପସ୍‌ରେ ପହଞ୍ଚି ଅପରେସନ ଆରମ୍ଭ କରିଛି। ଖୁବ୍ ଶୀଘ୍ର ସମସ୍ତ କ୍ୱାର୍ଟର କିଭଳି ଖାଲି ହେବ ତା ଉପରେ ୪ ପ୍ଲାଟୁନ ପୁଲିସ ଫୋର୍ସ। ନଜର ରଖିଛନ୍ତି।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ