ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଶହୀଦ ନଗର ଥାନାରେ ମାମଲା

ଭୁବନେଶ୍ବର: ଲିକ୍ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର । ସୋସିଆଲ ମିଡ଼ିଆରେ ବୁଲୁଛି ଆଗୁଆ ପ୍ରଶ୍ନପତ୍ର । ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଲିକ୍ । ପରୀକ୍ଷା ପୂର୍ବଦିନ ଆସିଯାଉଛି ସବୁ ବିଷୟର ପ୍ରଶ୍ନପତ୍ର । ପ୍ରାୟ ୩୦୦ କଲେଜରେ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସେପ୍ଟେମ୍ବର ୧୨ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପରୀକ୍ଷା ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ ।ସେପଟେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ସହିଦନଗର ଥାନାରେ ପରୀକ୍ଷା ନିୟନ୍ତ୍ରକ ହୃଷୀକେଶ ନାୟକ ଏତଲା ଦେଇଛନ୍ତି। ଆବଶ୍ୟକ ହେଲେ ସାଇବର ଥାନାରେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି।ଏନେଇ ସହିଦନଗର ଥାନା ଅଧିକାରୀ ସୁଚିତ୍ର ଦାସ କହିଛନ୍ତି, ‘‘ଏତଲା ଆଧାରରେ ଆମେ ତଦନ୍ତ କରୁଛୁ’’।ଏପଟେ କିପରି ପ୍ରଶ୍ନପତ୍ର ଲିକ୍ ହେଲା ତାହାକୁ ନେଇ ତଦନ୍ତ ହେବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ । ଏନେଇ ସାଇବର ଥାନାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏତଲା ଦିଆଯିବା ସହ କୁଳପତିଙ୍କ ଅଧୀନରେ ଏହି ଘଟଣାରେ ସ୍ୱତନ୍ତ୍ର କମିଟି ତଦନ୍ତ କରିବ । ସେହିପରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଡ଼ ହୃଷୀକେଶ ନାୟକ କହିଛନ୍ତି ।
ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସେ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ‘‘କୁଳପତିଙ୍କ ନେତୃତ୍ୱରେ ଏହାର ତଦନ୍ତ କରାଯିବ । ଏହାର ସତ୍ୟାସତ୍ୟ ପରୀକ୍ଷା କରାଯିବ । ଯଦି ପ୍ରକୃତରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ସାମ୍ନାକୁ ଆସେ ତେବେ ପୁନଃ ପରୀକ୍ଷା କରାଯିବ । କେଉଁ କେଉଁ ବିଷୟରେ ପ୍ରଶ୍ନପତ୍ର ଲିକ୍ ହୋଇଛି ତାହାକୁ ନେଇ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’ନିୟମ ମୁତାବକ ବିଶ୍ୱବିଦ୍ୟାଳୟରୁ ପ୍ରଶ୍ନପତ୍ର ସିଲ୍ ହୋଇ କଲେଜକୁ ଯାଏ । ସେଠାରେ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ରକୁ ଖୋଲାଯାଇଥାଏ । ତେବେ କୋଉଠି ରହିଲା ଭୁଲ ତାହାକୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ଼ ହୃଷୀକେଶ ନାୟକ ।ଏପଟେ ଜଣେ ଛାତ୍ର କହିଛନ୍ତି ଯେ, ଲିକ ହେବା ଫଳରେ ପାଠ ପଢ଼ା ଉପରେ ଅନେକ ପ୍ରଭାବ ପଡିଥାଏ । ଯାହା ଦ୍ଵାରା କେବେ ପୁଣି ଥରେ ପରୀକ୍ଷା କରାଯିବ କଣ ପ୍ରଶ୍ନ ଆସିବ ସେନେଇ ମଧ୍ୟ ଚାପରେ ରହିବାକୁ ପଡିବ । ତେଣୁ ତୁରନ୍ତ ଲିକ କରିଥିବା ଦୋଷୀକୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ ନୂଆ ନୁହେଁ । ଏପରିକି ପୂର୍ବରୁ ମଧ୍ୟ ଏଭଳି ଘଟଣା ବାରମ୍ବାର ଘଟିଛି । କେବଳ ଉତ୍କଳ ନୁହେଁ ଏପରିକି ଅନେକ ସରକାରୀ କଲେଜ ଗୁଡିକରେ ମଧ୍ୟ ପ୍ରଶ୍ନ ପତ୍ର ଲିକ ହେବା ଘଟଣା ଅନେକ ସମୟରେ ସାମନାକୁ ଆସିଛି ।

  • Related Posts

    ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ

    ଭୁବନେଶ୍ୱର/ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟି ଆର ଆଣ୍ଡ ବି(ରାସ୍ତା ଓ ଗୃହ ନିର୍ମାଣ) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଅରବିନ୍ଦ ମହାନ୍ତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ…

    Continue reading
    ଉଦ୍ଧାର ବାଘ ଛୁଆ ସୁରକ୍ଷିତ; ବାଘୁଣୀ ଯମୁନା ଏନକ୍ଲୋଜରକୁ ସ୍ଥାନାନ୍ତର

    ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପାରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆଟି ସୁରକ୍ଷିତ ରହିଛି । ଶିମିଳିପାଳ ଅଭୟାରଣ୍ୟର ଫରେଷ୍ଟ୍ କ୍ୟାମ୍ପସରେ ତାହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଚାଲିଛି । ଉକ୍ତ ବାଘ ଛୁଆଟିକୁ ବାଘୁଣୀ ଯମୁନା ରହୁଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ