ଉତ୍ତରାଖଣ୍ଡ ପାଳୁଛି ରାଜ୍ୟ ପ୍ରତିଷ୍ଠା ସୁବର୍ଣ୍ଣ ଜୟନ୍ତୀ

ଡେରାଡୁନ,୦୪/୧୧: ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ହେବାର ୨୫ ବର୍ଷ (ସୁବର୍ଣ୍ଣ ଜୟନ୍ତୀ) ପୂର୍ତ୍ତି ଉପଲକ୍ଷେ ସୋମବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାଜ୍ୟବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଯେଉଁମାନେ ଉତ୍ତରାଖଣ୍ଡ ରାଜ୍ୟ ଗଠନରେ ଜୀବନକୁ ବଳି ଦେଇଛନ୍ତି, ସେମାନେ ପ୍ରଶଂସାର ପାତ୍ର ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତର ଦେବଭୂମି ଭାବେ ପରିଚିତ ଉତ୍ତରାଖଣ୍ଡ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଯଥେଷ୍ଟ ଗୁରୁତ୍ବ ରଖୁଥିବାବେଳେ ପ୍ରତିରକ୍ଷା ବିଭାଗରେ ରାଜ୍ୟର କୁମାଉଁ ଓ ଗଡୱାଲ ରେଜିମେଣ୍ଟର ଭୂମିକାକୁ ରାଷ୍ଟ୍ରପତି ଭୂୟସୀ ପ୍ରଶଂସା କରିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଗତ ୨୫ ବର୍ଷ ମଧ୍ୟରେ ମାନବ ବିକାଶ ସୂଚକାଙ୍କ ଅନୁଯାୟୀ ଉତ୍ତରାଖଣ୍ଡ ଯଥେ​‌ଷ୍ଟ ଅଗ୍ରଗତି କରିଛି। ରାଜ୍ୟରେ ଶିକ୍ଷାହାର, ମହିଳାଙ୍କ ସାମଗ୍ରିକ ବିକାଶ ଘଟିଥିବାବେଳେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି। ରାଜନୈତିକ ମନୋବୃତ୍ତିରୁ ଊର୍ଦ୍ଧ୍ବକୁ ଉଠି ରାଜ୍ୟବାସୀଙ୍କର ସମସ୍ୟା ସମାଧାନ କରିବାକୁ ରାଷ୍ଟ୍ରପତି ସବୁ ବିଧାୟକଙ୍କୁ ଆହ୍ବାନ ଦେଇଛନ୍ତି। ରାଜ୍ୟରେ କ୍ଷମତାସୀନ ପୁଷ୍କର ସିଂହ ଧାମିଙ୍କ ଶାସନକୁ ମଧ୍ୟ ରାଷ୍ଟ୍ରପତି ଉଚ୍ଚପ୍ରଶଂସା କରିଛନ୍ତି।
ଅପରପକ୍ଷରେ ଉତ୍ତରାଖଣ୍ଡର ନୈନିତାଲରେ ଥିବା ରାଜ ଭବନର ୧୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସମାରୋହରେ ମଧ୍ୟ ରାଷ୍ଟ୍ରପତି ଯୋଗଦେଇଛନ୍ତି। ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ଦିଲ୍ଲୀରେ ରାଷ୍ଟ୍ରପତି ଭବନ ଯେପରି ସ୍ବତନ୍ତ୍ର ଭାରତର ପ୍ରତୀକ ପାଲଟିଛି, ଠିକ୍‌ ସେହିପରି ରାଜ୍ୟରେ ରାଜଭବନ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରତୀକ ପାଲଟିଛି। ରାଜ୍ୟପାଳ ସାମ୍ବିଧାନିକ ମୁଖ୍ୟ ହୋଇଥିବାବେଳେ ରାଜ୍ୟରେ ସୁଶାସନ ପ୍ରତିଷ୍ଠା ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ ୨୦୦୦ ନଭେମ୍ବର ୯ରେ ଉତ୍ତରାଖଣ୍ଡ ସ୍ବତନ୍ତ୍ର ରାଜ୍ୟର ମାନ୍ୟତାଲାଭ କରିଥିଲା।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ