
ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନେମୋହନ ସାମଲ । ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟୟୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ଜେପି ନଡ୍ଡାଙ୍କୁ ସାକ୍ଷାତ କରିବା ସହ ସାଙ୍ଗଠନିକ ବିଷୟରେ ଆଲୋଚନା କରିଛନ୍ତି । ଏହାସହିତ ରାଜନୈତିକ ପରିସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା କରିଥିଲେ। ରାଜ୍ୟ ସରକାର ଭବିଷ୍ୟତ ଯୋଜନା ରଖି କେମିତି ତାକୁ କାର୍ଯ୍ୟକାରୀ କରୁଛନ୍ତି ସେ ସଂପର୍କରେ ମଧ୍ୟ ନଡ୍ଡାଙ୍କୁ ମୋହନ ଅବଗତ କରାଇଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ବିଭନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଏହାଛଡ଼ା ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ବିଭନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାକ୍ଷାତ ସମୟରେ ‘ଓଡ଼ିଶା ଭିଜନ ୨୦୩୬ । ୨୦୪୭’ ପୁସ୍ତକ ପ୍ରଦାନ କରି ରାଜ୍ୟର ଲକ୍ଷ୍ୟ ସଂପର୍କରେ ଅବଗତ କରାଇଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନର ରହଣିରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଖାଲି ପଡ଼ିଥିବା ମନ୍ତ୍ରୀପଦ ସହ ନିଗମ ଓ ବୋର୍ଡ ନିଯୁକ୍ତି ନେଇ ହାଇକମାଣ୍ଡଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଛି । ରାଜ୍ୟ ବିଜେପି ସଭାପତି ମନମାହନ ସାମଲ ମଧ୍ୟ ଦିଲ୍ଲୀରେ ଦଳର କିଛି ବରିଷ୍ଠ ନେତାଙ୍କୁ ସାକ୍ଷାତ କରିବା ନେଇ ସୂଚନା ରହିଛି ।
ମୋହନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀପଦ ଖାଲି ପଡ଼ିଛି । ନିଗମ ଓ ବୋର୍ଡକୁ ବହୁ ଆଶାୟୀ ଅପେକ୍ଷା କରିଛନ୍ତି । ହେଲେ ଏଯାଏଁ ଅଙ୍କ ଛିଣ୍ଡୁନି । ମୋହନ-ମନମୋହନଙ୍କ ଏ ଗସ୍ତରୁ କିଛି ଖୁସି ଖବର ମିଳିବ ବୋଲି ଆଶାୟୀ ଆଶା ବାନ୍ଧିଛନ୍ତି ।




