ଉମର ଖାଲିଦକୁ ମିଳିଲା ୩ ଦିନିଆ ଅନ୍ତରୀଣ ଜାମିନ୍‌

ନୂଆଦିଲ୍ଲୀ: ୨୦୨୦ ଦଙ୍ଗା ମାମଲାରେ ଜେଲରେ ଥିବା ଜେଏନ୍‌ୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦକୁ ଦିଲ୍ଲୀ ହାଇକୋର୍ଟରୁ ତିନିଦିନିଆ ଅନ୍ତରୀଣ ଜାମିନ୍‌ ମିଳିଛି । ଖାଲିଦକୁ ତାଙ୍କ ମା’ଙ୍କ ସର୍ଜରୀ ପାଇଁ ଜୁନ୍‌ ୧ ତାରିଖରୁ ଜୁନ୍ ୩ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀ ହାଇକୋର୍ଟରୁ ଜାମିନ୍‌ ମିଳିଛି । ମେ ୧୯ରେ ଏକ ଟ୍ରାଏଲ୍ କୋର୍ଟ ଖାଲିଦର ଅନ୍ତରୀଣ ଜାମିନ୍‌ ଆବେଦନକୁ ଖାରଜ କରିଦେଇଥିଲା। ପ‌ରେ ଖାଲିଦ ୨୨ ମେ ରୁ ୫ ଜୁନ୍ ପର୍ୟ୍ୟନ୍ତ ୧୫ ଦିନର ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେ ନିଜ ମୃତ ସମ୍ପର୍କୀୟଙ୍କ ଚେହଲୁମ୍ ସମାରୋହରେ ଯୋଗଦେବା ଓ ଜୁନ୍ ୨ ରେ ତାଙ୍କ ୬୨ ବର୍ଷୀୟ ମା’ଙ୍କର ସର୍ଜରୀ ପରବର୍ତ୍ତୀ ଯତ୍ନ ନେବା ପାଇଁ ଜାମିନ ଆବେଦନ କରିଥିଲେ। ଦିଲ୍ଲୀ ହାଇକୋର୍ଟର ବିଚାରପତି ନବୀନ ଚାୱଲା ଓ ଅରବିନ୍ଦ ଡୁଡେଜାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଉମର ଖାଲିଦଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ଜୁନ୍ ୧ ତାରିଖ ସକାଳ ୭ଟାରୁ ଜୁନ୍ ୩ ତାରିଖ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ବୈଧ ରହିବ ।
ଜାମିନ୍ ଆବେଦନରେ ଖାଲିଦ୍‌ ଦର୍ଶାଇଥିଲା ଯେ, ତା’ର ମା’ ସବିହା ଖାନମ୍‌ଙ୍କର ଗତ ଦୁଇ ବର୍ଷ ଧରି ପିଠିରେ ଗଣ୍ଠି ଓ ସିଷ୍ଟ୍‌ ଗଠନ ସମସ୍ୟା ରହିଛି ଓ ଏହି ମାସରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇଛି। ତାଙ୍କ ୭୧ ବର୍ଷୀୟ ବାପା ଏକୁଟିଆ ମା’ଙ୍କ ଯତ୍ନ ନେଇପାରିବେ ନାହିଁ। ଘରର ବଡ଼ପୁଅ ଓ ଏକମାତ୍ର ପୁଅ ଭାବେ ସେ ନିଜ ମା’ର ଯତ୍ନ ନେବାକୁ ଚାହୁଛନ୍ତି। ଖାଲିଦ କୋର୍ଟକୁ ଆହୁରି କହିଥିଲା ଯେ, ତାଙ୍କୁ ପୂର୍ବରୁ ପାରିବାରିକ କାର୍ୟ୍ୟକ୍ରମ ପାଇଁ ୨୦୨୨, ୨୦୨୪ ଓ ୨୦୨୫ରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଦିଆଯାଇଥିଲା ଓ ପ୍ରତ୍ୟେକ ଥର ସେ ସମସ୍ତ ସର୍ତ୍ତ ପାଳନ କରିଥିଲା। ତେବେ ଟ୍ରାଏଲ୍ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି କହିଥିଲେ ଯେ, ଉଲ୍ଲେଖ କରାଯାଇଥିବା କାରଣ ଯୁକ୍ତିଯୁକ୍ତ ନୁହଁ। ସରକାରୀ ଓକିଲ ଏହି ଅନୁରୋଧକୁ ବିରୋଧ କରି ଯୁକ୍ତି ଦେଇଥିଲେ ଯେ, ଅସ୍ତ୍ରୋପଚାର ଏକ ଛୋଟ ପ୍ରକ୍ରିୟା ଓ ପରିବାରର ଅନ୍ୟ ସଦସ୍ୟମାନେ ଏଥିରେ ସହାୟତା କରିପାରିବେ। ଖାଲିଦ୍‌ ଦିଲ୍ଲୀ ଦଙ୍ଗା ମାମଲାରେ ସେପ୍ଟେମ୍ବର ୨୦୨୦ ରୁ ତିହାର ଜେଲରେ ଅଛି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ