ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ବୁଧବାର ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି। ଏହି ଅବସରରେ ତାଙ୍କ ସହ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ୫ ଜଣ ଏମ୍‌ପି ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର, ପ୍ରଦୀପ ପୁରୋହିତ, ସଙ୍ଗୀତା କୁମାରୀ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ରାଜ୍ୟର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାରୁ ଅଧିକ ଚାଉଳ ଉଠାଇବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏଫ୍‌ସିଆଇ ମାସିକିଆ ଭାବେ ଅଧିକ ଚାଉଳ ଉଠାଇବା ଦରକାର। ଧାନ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇଥିବାରୁ ଆସନ୍ତା ଅମଳ ଋତୁରେ ଅଧିକ ଧାନ ଉଠାଇବା ଲାଗି ଏଫ୍‌ସିଆଇକୁ ନିର୍ଦ୍ଦେଶ ଦେବା ଲାଗି ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହାକୁ ତର୍ଜମା କରି ପଦକ୍ଷେପ ନେବା ଲାଗି ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ତାଙ୍କ ଏକ୍ସ ଯୋଗେ ସୂଚନା ଦେଇଛନ୍ତି।

ଏହାପରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍‌. ପାଟିଲଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ମହାନଦୀ ଜଳ ବିବାଦ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାର ନିରପେକ୍ଷ ଓ ନ୍ୟାୟସଙ୍ଗତ ସମାଧାନ ବିଷୟରେ ଆଲୋଚନା କରିଛନ୍ତି। ଏହାସହ ଭିଜନ ଓଡ଼ିଶା ୨୦୩୬ ଏବଂ ୨୦୪୭ ପୁସ୍ତକ ପ୍ରଦାନ କରିଛନ୍ତି। ଏଥିସହିତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ସାକ୍ଷାତକରି ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ୟ୍ୟକ୍ରମ ଓ କେନ୍ଦ୍ର-ରାଜ୍ୟ ସମନ୍ବୟ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିବା ତାଙ୍କ ଏକ୍ସରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଭାରିଶିଳ୍ପ ଓ ସାର୍ବଜନୀନ ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ସହ ସାକ୍ଷାତକରି ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାରେ ଇସ୍ପାତ କ୍ଷେତ୍ରର ବିକାଶ, ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ଏବଂ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ଆଦି ବିଷୟରେ ଆଲୋଚନା ହୋଇଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପାର୍ଲାମେଣ୍ଟର ମକରଦ୍ୱାର ନିକଟରେ ଓଡ଼ିଶାର କେତେଜଣ ଏମ୍‌ପିଙ୍କ ସହ ଫଟୋ ଉଠାଇଛନ୍ତି। ଉକ୍ତ ଫଟୋ ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସାମାଜିକ ଗଣମାଧ୍ୟମ ଜରିଆରେ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ରାଜ୍ୟର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରବିନାରାୟଣ ନାଏକ ପ୍ରମୁଖ ଦିଲ୍ଲୀରେ ଡେରା ପକାଇଛନ୍ତି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏମ୍‌ପିମାନଙ୍କ ସହ ଏକ ବୈଠକ କରିପାରନ୍ତି ବୋଲି ଶୁଣିବାକୁ ମିଳିଛି। ଅନ୍ୟପଟେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ସମୟ ଦେଇଥିବା ଶୁଣିବାକୁ ମିଳିଛି।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ