ଏଣିକି ଗାଁରେ ମିଳିବ ସହରୀ ସୁବିଧା: ‘ଗ୍ରାମ ସମ୍ପଦ’ରେ ପ୍ରତି ପଞ୍ଚାୟତକୁ ୩ କୋଟି

ଭୁବନେଶ୍ବର : ଏଣିକି ଗାଁରେ ମିଳିବ ସହରୀ ସୁବିଧା। ପ୍ରତି ପଞ୍ଚାୟତକୁ ବାର୍ଷିକ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ଦେଇ ରାଜ୍ୟ ସରକାର ସୁବିଧାଜନକ ଓ ଆକର୍ଷଣୀୟ କରିବା ପାଇଁ ‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ ଆଣୁଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତଗୁଡ଼ିକ ଅଧିକ ଆତ୍ମନିର୍ଭରଶୀଳ ହେବ। ରାଜ୍ୟର ଅନେକ ପଞ୍ଚାୟତର ନିଜସ୍ବ ରୋଜଗାର ନଥିବାରୁ ପଞ୍ଚାୟତ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ରହିଛି। କିନ୍ତୁ, କିଛି ପଞ୍ଚାୟତ ଆତ୍ମନିର୍ଭରଶୀଳ ଥିବାରୁ ଆର୍ଥିକ କ୍ଷେତ୍ରରେ ମଜଭୁତ ଅଛି। ପଞ୍ଚାୟତଗୁଡ଼ିକୁ ଅଧିକ ସୁବିଧାସମ୍ପନ୍ନ ଓ ଆକର୍ଷଣୀୟ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ ଏଭଳି ସୂଚନାକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେଡି ତୀବ୍ର ସମାଲୋଚନା କରିଛନ୍ତି। ଦୁଇ ବର୍ଷରେ ଗାଁରେ ମାଟି ଗାଣ୍ଡୁଆଏ ପଡ଼ିନଥିବା କହି ସମାଲୋଚନା କରିଛି। ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ଏଭଳି କଥା କହୁଛନ୍ତି। ବିଜେପି ସରକାରରେ କଥା ଏବଂ ବାସ୍ତବତାରେ ଫରକ ଥିବା ବିରୋଧୀ କହିଛନ୍ତି।
ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି, ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଜରିଆରେ ପଞ୍ଚାୟତ ସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ଶ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କାର୍ଯ୍ୟ କରାଯିବ। ଏନେଇ ବିଭାଗ ପକ୍ଷରୁ ପଞ୍ଚାୟତ, ବ୍ଲକ ଏବଂ ଜିଲା ପରିଷଦ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହେଉଛି। ପଞ୍ଚାୟତରେ କେଉଁ ପ୍ରକଳ୍ପର ଆବଶ୍ୟକତା ରହିଛି, ତାହା ଗ୍ରାମସଭା ମାଧ୍ୟମରେ ନିର୍ଦ୍ଧାରଣ କରାଯିବ। ଲୋକଙ୍କ ଆବଶ୍ୟକତା ଓ ପ୍ରସ୍ତାବ ଆଧାରରେ ବିଭିନ୍ନ ବିକାଶମୂଳକ କାମ ପଞ୍ଚାୟତିରାଜ ବିଭାଗ ହାତକୁ ନେବ। ଏହା ମାଧ୍ୟମରେ ଗାଁରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ ଓ ସାର୍ବଜନୀନ ସୁବିଧାକୁ ଆହୁରି ସୁଦୃଢ଼ କରାଯାଇ ପାରିବ। ପଞ୍ଚାୟତସ୍ତରରେ ୭୫ ଲକ୍ଷ ଟଙ୍କାରେ ଆଦର୍ଶ ଖେଳ ପଡ଼ିଆ ନିର୍ମାଣ ପାଇଁ ବିଭାଗ ନକ୍ସା ପ୍ରସ୍ତୁତ କରୁଛି। କ୍ରୀଡ଼ା ବିଭାଗ ପକ୍ଷରୁ ଯେଉଁଭଳି ଭାବେ ପ୍ରତି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯାଉଛି, ସେହିଭଳି ଭାବେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳପଡ଼ିଆ ନିର୍ମାଣ କରାଯିବ। ଖେଳପଡ଼ିଆ ସହ ଯୁବକମାନଙ୍କ ପାଇଁ ଜିମ୍‌ର ବ୍ୟବସ୍ଥା ମଧ୍ୟ ରହିବ। ଏହା ଗ୍ରାମାଞ୍ଚଳର ଯୁବପିଢ଼ି ପାଇଁ ଏକ ବଡ଼ ସୁବିଧା ହେବ।
ପଞ୍ଚାୟତରେ ଆଦର୍ଶ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪୯ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ପ୍ରାୟ ୭୦.୩୨ ଫୁଟ୍‌ ଅଞ୍ଚଳରେ ଏହା ନିର୍ମାଣ ହେବ। ଏଥିରେ ଦୁଇଟି ଗ୍ରିନ୍‌ ରୁମ୍‌ ସହ ପେଣ୍ଡାଲର ବ୍ୟବସ୍ଥା ରହିବ। ନାଚ, ଗୀତ, ଡ୍ରାମା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଆୟୋଜନ କରାଯାଇପାରିବ। ଭୋଜିଭାତ ପାଇଁ ସୁବିଧା ରହିବ ଏବଂ ପଞ୍ଚାୟତ ପକ୍ଷରୁ ପାଣି ଯୋଗାଣ କରାଯିବ।
ପ୍ରତିବର୍ଷ ଗୋଟିଏ ଲେଖାଏଁ ଗାଁରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ। ଏହିପରି ଭାବେ ୫ ବର୍ଷରେ ୫ଟି ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଯୋଜନା ରହିଛି।
ଆଦର୍ଶ ପୋଖରୀ ନିର୍ମାଣ ଓ ବିକାଶ ପାଇଁ ୩୪ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପୋଖରୀ ଚାରିପଟେ ପଥର ବନ୍ଧେଇ ସହ ‌େ‌ପଭର ବ୍ଲକ୍‌ ପଡ଼ିବ। ଗାଁ ଶ୍ମଶାନର ଉନ୍ନତୀକରଣ ପାଇଁ ସରକାର ୨୨ଲକ୍ଷ ଟଙ୍କା ଦେବେ। ଶ୍ମଶାନର ଚାରିପଟେ ପାଚେରି ନିର୍ମାଣ କରାଯିବ। ଆଦର୍ଶ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାର୍କରେ ଲୋକଙ୍କ ବସିବା ପାଇଁ ସ୍ଥାନ ରହିବ। ଗ୍ରାମୀଣ ହାଟକୁ ମଧ୍ୟ ଆଦର୍ଶ ରୂପ ଦିଆଯିବ। ହାଟରେ ପାନୀୟ ଜଳର ବ୍ୟବସ୍ଥା ସହ ପ୍ରବେଶ ପାଇଁ ସୁନ୍ଦର ଫାଟକ ଓ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ। ପରିବେଶ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଆଲୋକୀକରଣ ବ୍ୟବସ୍ଥା ରହିବ। ଚାରାରୋପଣ କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମପଞ୍ଚାୟତରେ ୭୦୦ଟି ଗଛ ଲଗାଯିବ। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ। ଏଥିପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଗ୍ରାମସଭାର ପ୍ରସ୍ତାବ ଆଧାରରେ ଏହି ସବୁ ପ୍ରକଳ୍ପକୁ ଆଗକୁ ନିଆଯିବ। ମୋଟାମୋଟି ଭାବେ ଗାଁରେ ସହରୀ ସୁବିଧା ଯୋଗାଇ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ନୂଆ ରୂପ ଦେବା ଉପରେ ପଞ୍ଚାୟତିରାଜ ବିଭାଗ ଗୁରୁତ୍ବ ଦେଉଥିବା ମନ୍ତ୍ରୀ କହିଛନ୍ତି।

  • Related Posts

    ratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତି

    ପୁରୀ: ଆସନ୍ତା ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ଗଣତି ମଣତି କରାଯିବ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଗଣତି ମଣତି କରାଯିବ।…

    Continue reading
    low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

    ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଗତକାଲି ମିଆଁମାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ, ଆଜି ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ବାଂଲାଦେଶ ଉପକୂଳସ୍ଥ ସମୁଦ୍ର ଅଞ୍ଚଳ ଉପରେ ବାୟୁମଣ୍ଡଳର ୫.୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ