ଏଣିକି PMGSY ରାସ୍ତା ଶିଳାନ୍ୟାସ ଉଦ୍‌ଘାଟନରେ ସାଂସଦଙ୍କୁ ନିମନ୍ତ୍ରଣ ବାଧ୍ୟତାମୂଳକ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (PMGSY) ଅଧୀନରେ ହେଉଥିବା ରାସ୍ତାର ଶିଳାନ୍ୟାସ ଓ ଉଦ୍‌ଘାଟନ ସମାରୋହରେ ସମ୍ପୃକ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବା ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଅତି କମ୍‌ରେ ୧୫ ଦିନ ପୂର୍ବରୁ ନିମନ୍ତ୍ରଣ ଦେବାକୁ କୁହାଯାଇଛି । ଲୋକସଭା ସାଂସଦଙ୍କ ଦ୍ୱାରା ହିଁ ରାସ୍ତା ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ଉଦ୍ଦେଶ୍ୟରେ ନିଶ୍ଚିତ ଭାବେ ନିମନ୍ତ୍ରଣ କରିବାକୁ ଚିଠିରେ ସ୍ପଷ୍ଟ କରାଯାଇଛି।
ସମ୍ପୃକ୍ତ ଜନପ୍ରତିନିଧିଙ୍କୁ ଇ-ମେଲ୍‌, ଚିଠି ଓ SMS ଭଳି ମାଧ୍ୟମରେ ନିମନ୍ତ୍ରଣ ପଠାଇବାକୁ ମଧ୍ୟ କୁହାଯାଇଛି। ତେବେ ରାଜ୍ୟ ପ୍ରୋଟୋକଲ୍‌ ଅନୁଯାୟୀ ସ୍ଥାନୀୟ ମନ୍ତ୍ରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିପାରିବେ। ଏଭଳି ସମାରୋହକୁ ସରକାରୀ କାର୍ଯ୍ୟକ୍ରମର ମର୍ଯ୍ୟାଦା ଓ ନିର୍ଦ୍ଧାରିତ ପ୍ରୋଟୋକଲ୍‌ ଅନୁଯାୟୀ ଆୟୋଜନ କରିବାକୁ ମଧ୍ୟ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ବିଶେଷକରି କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀଙ୍କ ଉପସ୍ଥିତି ସମୟରେ ପ୍ରୋଟୋକଲ୍‌ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି।

ଶିଳାନ୍ୟାସ ଓ ଉଦ୍‌ଘାଟନ ସମାରୋହର ଫଟୋ ଓ ସମ୍ପୃକ୍ତ ଦସ୍ତାବିଜ ସଂରକ୍ଷଣ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏହାସହ PMGSY ଅଧୀନରେ ନୂଆ ପ୍ରକଳ୍ପ ପ୍ରସ୍ତାବ ପଠାଇବା ସମୟରେ ସମ୍ପୃକ୍ତ ସାଂସଦଙ୍କ ଦ୍ୱାରା ହୋଇଥିବା ଶିଳାନ୍ୟାସ କିମ୍ବା ଉଦ୍‌ଘାଟନର ଫଟୋ ଦାଖଲ କରିବାକୁ କୁହାଯାଇଛି। ସାଂସଦ ଉପସ୍ଥିତ ହୋଇନଥିଲେ ତାଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରର ନକଲ ଦାଖଲ କରିବାକୁ ହେବ।

ଏନେଇ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ‘‘ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅନେକ ଅଧିକାରୀ ଅଛନ୍ତି। ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ କିଭଳି ସମ୍ମାନ ଦିଆଯିବ ଏବଂ ପ୍ରୋଟୋକଲ କିଭଳି ପାଳନ କରାଯିବ ସେନେଇ ବୁକ୍ ସର୍କୁଲାର-୪୭ରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କେନ୍ଦ୍ର ସରକାରଙ୍କ ଏକ ଯୋଜନା। କେନ୍ଦ୍ର ସରକାରଙ୍କ ଯୋଜନା ହେଉ କିମ୍ବା ରାଜ୍ୟ ସରକାରଙ୍କ ଯୋଜନା, ନିର୍ବାଚିତ ଜନପ୍ରତିନିଧିଙ୍କ ପଦମର୍ଯ୍ୟାଦା ଅନୁସାରେ ପ୍ରୋଟୋକଲ ପାଳନ କରିବା ଅଧିକାରୀ ମାନଙ୍କ ଦାୟିତ୍ୱ। କିନ୍ତୁ ବିଭିନ୍ନ ସ୍ଥାନରେ ଅଧିକାରୀମାନେ ଏହି ନିୟମ ଠିକ୍ ଭାବରେ ପାଳନ କରୁନଥିବା ଅଭିଯୋଗ ଆସିଛି। କେଉଁଠି ସାଂସଦଙ୍କ ନାଁ ଶିଳାନ୍ୟାସ କିମ୍ବା ଉଦ୍ଘାଟନ ଫଳକରେ ରହୁନାହିଁ ତ କେଉଁଠି ତାଙ୍କ ସହ ପରାମର୍ଶ ନକରି କାର୍ଯ୍ୟକ୍ରମ କରାଯାଉଛି। ଏନେଇ ଅନେକ ସାଂସଦ ମଧ୍ୟ ଅଭିଯୋଗ କରିଛନ୍ତି। ସେଥିପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପୁଣିଥରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁଁ ଆଶା କରୁଛି, ଏହା ପରେ ଅଧିକାରୀମାନେ ବୁକ୍ ସର୍କୁଲାର-୪୭କୁ ଠିକ୍ ଭାବରେ ଅନୁସରଣ କରିବେ ଏବଂ ସାଂସଦ, ବିଧାୟକ ଓ ଅନ୍ୟ ନିର୍ବାଚିତ ଜନପ୍ରତିନିଧିଙ୍କ ପଦମର୍ଯ୍ୟାଦାକୁ ସମ୍ମାନ ଦେବେ’’।

ସେ ଆହୁରି କହିଛନ୍ତି ଯେ ‘‘ବିଜେଡି ଯେଉଁଭଳି ଭାବେ ଏହାକୁ ବିଜେପିର ସାଂସଦ ଓ ବିଧାୟକମାନଙ୍କ ମଧ୍ୟରେ ବିବାଦ ସହ ଯୋଡ଼ୁଛି ତାହା ଠିକ୍ ନୁହେଁ। ବିଜେପିର ସାଂସଦ ଓ ବିଧାୟକମାନଙ୍କ ମଧ୍ୟରେ ସମନ୍ୱୟ ରହିଛି। କୌଣସି ପ୍ରସଙ୍ଗରେ ମତଭେଦ ଥାଇପାରେ ସବୁ ଦଳରେ ଏହା ସ୍ୱାଭାବିକ। କିନ୍ତୁ ତାହାକୁ ଏକ ବଡ଼ ବିବାଦର ରୂପ ଦେବା ଠିକ୍ ନୁହେଁ’’।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ