ଏନକାଉଣ୍ଟର: ୧୨ ମାଓବାଦୀ ନିହତ

ନୂଆପଡ଼ା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର। ସୁରକ୍ଷାବାହୀକୁ ମିଳିଲା ବଡ଼ ସଫଳ। କୁମ୍ବିଂ ଅପରେସନ୍‌ ବେଳେ ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ। ଦୁଇ ଜଣ ମହିଳା ମାଓ କ୍ୟାଡରଙ୍କୁ ନିଷ୍କ୍ରିୟ କରାଯାଇଥିଲାମୋଟ ୧୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। ସୂଚନା ଅନୁଯାଇ, ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଘଞ୍ଚ ଜଙ୍ଗଲରେ ୩୦ରୁ ଅଧିକ ମାଓବାଦୀ ମେଳିବାନ୍ଧି ସୁରକ୍ଷା ବଳ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ । ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ସାଢ଼େ ୫ କିମି ଦୂର ଗରିଆବନ୍ଧ ଜିଲ୍ଲା ମେନପୁର ଥାନା କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ମାଓବାଦୀମାନେ ଏଥିଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ଏନେଇ ଉଭୟ ରାଜ୍ୟ ପୁଲିସ ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲା । ରବିବାର ସନ୍ଧ୍ୟାରେ ଅନ୍ତଃରାଜ୍ୟ ସୁରକ୍ଷା ବାହିନୀ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ । ନୂଆପଡ଼ା ଏସ୍‌ପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୩ଟି ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି), ଛତିଶଗଡ଼ ରାଜ୍ୟର ୨ଟି ସ୍ୱତନ୍ତ୍ର ପୁଲିସ୍‌ ଟିମ୍‌ (ଇ-୩୦), ୫ ସିଆର୍‌ପିଏଫ ଟିମ୍‌ ସମେତ ୧୦ଟି ଟିମ ଏଥିରେ ସାମିଲ ହୋଇଥିଲେ । ସୋମବାର ପୂର୍ବାହ୍ଣ ସାଢ଼େ ୮ଟାରେ କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କୁ ଚାରିପଟୁ ଘେରି ଯାଇଥିଲେ ସୁରକ୍ଷା ବାହିନୀ । ପୂର୍ବାହ୍ଣ ସାଢ଼େ ୧୦ଟାରେ ଏବଂ ଅପରାହ୍ଣ ସାଢ଼େ ୩ଟାରେ ଦୁଇ ଥର ମୁହିାଁମୁହିଁ ହୋଇଥିଲେ ସୁରକ୍ଷା ବାହିନୀ ଓ ମାଓବାଦୀ । ଅପରାହ୍ଣରେ ହୋଇଥିବା ଗୁଳି ବିନିମୟରେ ଜଣେ କୋବ୍ରା ବାହିନୀ ଯବାନଙ୍କୁ ଗୁଳି ଲାଗିଥିଲା । ତାଙ୍କୁ ସ୍ୱତନ୍ତ୍ର ହେଲିକପ୍ଟରରେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ତିନି ପର୍ୟ୍ୟାୟରେ ଭୟଙ୍କର ପ୍ରତିଆକ୍ରମଣକୁ ସାମ୍ନା ନ କରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ ବେଳେ ମେନପୁର ଡିଭିଜନର ଦୁଇ କ୍ୟାଡର ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ।

ମଙ୍ଗଳବାର ସକାଳୁ ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଛତିଶଗଡ଼ ଏବଂ ଓଡିଶା ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଚାଲିଥିଲା। ଜଙ୍ଗଲ ଭିତରେ ମାଓବାଦୀ-ସୁରକ୍ଷାବାହୀ ମଧ୍ୟରେ ଗୁଳିବିନିୟ ହେଇଥିଲା । ଏହି ଏନ୍‌କାଉଣ୍ଟରେ ଯବାନଙ୍କ ଗୁଳିରେ ୧୨ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ। ସେହିପରି ଦୁଇ ଜଣ ମହିଳା ମାଓ କ୍ୟାଡରଙ୍କୁ ନିଷ୍କ୍ରିୟ କରାଯିବା ପରେ ଅଟକ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୧୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସର୍ଚ୍ଚ ଅପରେସନ୍ ବେଳେବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଆଇଇଡ଼ି, କିଛି ବନ୍ଧୁକ ଏବଂ ପୋଷାକ ରହିଥିବା ସୂଚନା ମିଳିଛି । ଏନ୍‌କାଉଣ୍ଟର ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ହେଲେ ପୋଲିସ ପକ୍ଷରୁ ଏବେବି କୁମ୍ବିଂ ଅପରେସନ ଜାରି ରହିଛି ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ