ମାଲକାନଗିରି: ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ସମେତ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମୁଣ୍ଡରେ ୧୪ ଲକ୍ଷ ଟଂକାର ପୁରସ୍କାର ରହିଥିବା ପୁଲିସ କହିଛି। କାଂକେର ଜିଲ୍ଲା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ କାଂକେଲ ଥାନା ଅଂଚଳର ଛନ୍ଦଖଡକ ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ,ଡିଆରଜି ଏବଂ ବିଏସଏଫ ଯବାନ ସେହି ଅଂଚଳକୁ ଗସ୍ତ କରିଥିଲେ।ଆଜି ସକାଳୁ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଲାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ମଧ୍ୟାହ୍ନ ପର୍ୟ୍ୟନ୍ତ ରହିରହି ନକ୍ସଲ ଗୁଳି ଚଳାଉଥିଲେ। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୩ ଜଣ ନକ୍ସଲଙ୍କର ମୃତ ଦେହକୁ ଜବତ କରିଥିଲେ। ମୃତ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି।ଏମାନେ ହେଲେ ଏସିଏମ ସରୱନ ମାଡକମ ଅରଫ ବିଶ୍ବନାଥ ଅରଫ ବୁଧରାମ ପୁନେମ,ଏଲଓସି କମାଣ୍ଡର ରାଜେଶ ଅରଫ ରାକେଶ ଏବଂ ପାର୍ଟି ସଦସ୍ୟ ବାସନ୍ତୀ କୁଞ୍ଜାମ ଅରଫ ହିଡମେ। ତେବେ ଏସିଏମ ସରଵନ ମାଡକାମ ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିବା ବେଳେ,କମାଣ୍ଡର ରାକେଶ ନାମରେ ୫ ଲକ୍ଷ ଏବଂ ପାର୍ଟି ମେମ୍ବର ବାସନ୍ତୀ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଏଥିସହ ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ, ଗୋଟିଏ ୧୨ ବୋର ବନ୍ଧୁକ, ଗୋଟିଏ ୩୦୩ ବନ୍ଧୁକ ସମେତ ବହୁ ମାତ୍ରାରେ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରାଯାଇଛି। ପୁଲିସ ଶବକୁ ନେଇ ଜିଲ୍ଲା ପୁଲିସ କାର୍ୟ୍ୟାଳୟରେ ପହଞ୍ଚିଛନ୍ତି।
ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍
ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…




