ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ। ଏନଡିଏଯାହାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ, ବିଜେଡି ତାକୁ ସମର୍ଥନ କରିବ ନାହିଁ । ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ତାକୁ ସମର୍ଥନ କରିଥିଲୁ। ହେଲେ ଏବେ ସେ ପରିସ୍ଥିତି ନାହିଁ। ୱାକ୍ଫ ରେ କଣ ହୋଇଥିଲା ତାହା ଏବେ ଆଲୋଚନାର ବିଷୟ ନୁହେଁ।
ଉପରାଷ୍ଟ୍ରପତି ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହେବା ଦିନଠୁ, କଥା ଉଠିଥିଲା ଯେ ବିଜେଡି ଏଥର କାହାକୁ ସମର୍ଥନ କରିବ। ଯଦି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ବିଜେପି ପ୍ରେମ ପଦାରେ ପଡ଼ିବ। ଏହାସହ ଦଳ ଯଦି ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ଜାତୀୟ ରାଜନୀତିରେ ନୂଆ ଏକ ସମୀକରଣ ଦେଖିବାକୁ ମିଳିବ। ଏହାସହ ଯଦି ବିଜେଡି ସମଦୂରତ୍ୱ ଫର୍ମୁଲାରେ କୌଣସି ବି ପ୍ରାର୍ଥୀଙ୍କୁ ସମର୍ଥନ ନ ଜଣାଏ, ତେବେ ଦିଲ୍ଲୀ ପଲିଟିକ୍ସରେ ଦଳ ନିଜର ଓଜନ ହରାଇବ। ତେଣୁ ଦେଖିବାକୁ ବାକି ରହିଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ କଣ ନିଷ୍ପତ୍ତି ନେଉଛନ୍ତି।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ