ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବ ୪ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ବର,୦୪/୧୧: ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏଥିରେ ଘର ଗଣତି ହେବ। ଏହାପରେ ୨୦୨୭ ଫେବ୍ରୁଆରି ୧ରୁ ୨୮ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ଜନ ଗଣତି ହେବ। ଏହାକୁ ନଜରରେ ରଖି ଜନଗଣନା ନିର୍ଦ୍ଦେଶାଳstaୟ ପକ୍ଷରୁ ନଭେମ୍ବର ୧୫ରୁ ୩୦ ପର୍ଯ୍ୟନ୍ତ ମକ୍ ଜନଗଣନା କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟର ୪ଟି ସ୍ଥାନକୁ ବଛାଯାଇଛି ଏବଂ ୧୭୦ଜଣ ଏନୁମରେଟରଙ୍କୁ ସାମିଲ କରାଯିବ। ଏବେ ସେମାନଙ୍କୁ ତାଲିଲ ଦିଆଯାଉଛି। ଭୁବନେଶ୍ବରର ୱାର୍ଡ ନଂ-୨୨, କଟକରେ ୱାର୍ଡ ନଂ-୧୭, ମୟୂରଭଞ୍ଜର ଠାକୁରମୁଣ୍ଡା, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିରେ ମକ୍ ଜନଗଣନା ହେବ। ଏଥିରେ ଲୋକମାନେ ସହଯୋଗ କରିବା ସହ ସମସ୍ତ ତଥ୍ୟ ଦେବାକୁ ଜନଗଣନା ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ ଅନୁରୋଧ କରିଛନ୍ତି।
ଶ୍ରୀ କଲ୍ୟାଣ କହିଛନ୍ତି ଯେ ଏବେ ଯେଉଁ ତଥ୍ୟ ସଂଗ୍ରହ କରାଯିବ ତାହା କେବଳ ସାମ୍ପଲ ସର୍ଭେ। ପରେ ପୁଣି ଥରେ ସର୍ଭେ ହେଲାବେଳେ ଲୋକମାନଙ୍କୁ ପୁଣି ତଥ୍ୟ ଦେବାକୁ ହେବ। ଯେଉଁମାନେ ଚାହିଁବେ ଜନଗଣନା ୱେବସାଇଟ୍‌କୁ ଯାଇ ତଥ୍ୟ ଦେଇପାରିବେ। ସେହିପରି ଏଥର ଜନଗଣନା ପ୍ରସ୍ତୁତି ନେଇ ସେ କହିଛନ୍ତି ଯେ ଏଥର ଜନଗଣନାରେ ପ୍ରାୟ ୧ଲକ୍ଷ ଏନୁମରେଟରଙ୍କୁ ସାମିଲ କରାଯିବ। ଏଥିରେ କେବଳ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ସାମିଲ କରାଯିବ। ତାଙ୍କୁ ସୁପରଭାଇଜ୍ କରିବାକୁ ହାଇସ୍କୁଲ ଶିକ୍ଷକ ରହିବେ। ସମସ୍ତଙ୍କୁ ସ୍ମାର୍ଟଫୋନ୍ ବ୍ୟବହାର କରି ଆପ୍ ମାଧ୍ୟମରେ ସମସ୍ତ ତଥ୍ୟ ଅପଲୋଡ୍ କରିବାକୁ ହେବ। ଯେଉଁ ଶିକ୍ଷକମାନେ ଜନଗଣନା ପ୍ରକ୍ରିୟାରେ ସାମିଲ୍ ହେବେ ସେମାନଙ୍କୁ ଅତିରିକ୍ତ ପାରିଶ୍ରମିକ ମିଳିବ। ଏଥିପାଇଁ ଆମକୁ ଅର୍ଥ ମିଳିସାରିଛି। ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏଥିରୁ କେଉଁ ୪୫ଦିନ ଆମ ରାଜ୍ୟରେ ଜନଗଣନା ହେବ ତାହା ରାଜ୍ୟ ସରକାର ସ୍ଥିର କରିବେ। ୨୦୨୭ ଫେବ୍ରୁଆରି ୧ରୁ ୨୮ପର୍ଯ୍ୟନ୍ତ ସାରା ଦେଶରେ ଏକସଙ୍ଗେ ଜନଗଣତି ହେବ। ସମସ୍ତ ପ୍ରକ୍ରିୟା ସରିଲେ ଆମେ ଯଥାସମ୍ଭବ ଶୀଘ୍ର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଇଦେବୁ

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ