ଏଫ୍‌ସିଆଇ ନେଉନି ଓଡ଼ିଶା ଚାଉଳ

ସମ୍ବଲପୁର: ଓଡ଼ିଶାର ଚାଉଳ ନେବାରେ କୁନ୍ଥକୁନ୍ଥ ହେଉଛି ଏଫ୍‌ସିଆଇ। ଏପରିକି ପୂର୍ବରୁ ଏଫ୍‌ସିଆଇ ଯେତେ ପରିମାଣରେ ଚାଉଳ ନେଉଥିଲା ବର୍ତ୍ତମାନ ତାହା ହ୍ରାସ କରିବାରେ ଲାଗିଛି। ଯାହାଫଳରେ ଧାନ ସଂଗ୍ରହରେ ବିଭ୍ରାଟ ସୃଷ୍ଟି ହେବା ସହ ସର୍ବାଧିକ ଧାନ ଉତ୍ପାଦନକାରୀ ପଶ୍ଚିମ ଓଡ଼ିଶା ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି। ସ୍ଥିତି ଏଭଳି ହୋଇଛି ଯେ ପ୍ୟାକ୍ସରେ ଧାନ ବିକ୍ରିରୁ ବଞ୍ଚିତ ବରଗଡ଼ର ଧାନଗାଡ଼ି ବର୍ତ୍ତମାନ ଆନ୍ଧ୍ରପ୍ରଦେଶମୁହାଁ ହେବାରେ ଲାଗିଛନ୍ତି। ୧୮ ତାରିଖରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଆସୁଥିବାରୁ ଏହି ପ୍ରସଙ୍ଗରେ ଗୁରୁତ୍ବ ଦେବେ ବୋଲି ଆଶା କରାଯାଉଛି।

ରାଜ୍ୟ ଯୋଗାଣ ବିଭାଗର ସୂଚନା ଅନୁସାରେ, ଖରିଫରେ ରାଜ୍ୟରେ ସଂଗୃହୀତ ୭୭ ଲକ୍ଷ ୪୮ ହଜାର ୦୮୩ ମେଟ୍ରିକ୍‌ ଟନ୍‌ ଧାନରୁ ୫୨ ଲକ୍ଷ ୪୯ ହଜାର ୮୮୭ ମେଟ୍ରିକ୍‌ ଟନ୍‌ ଚାଉଳ କଷ୍ଟମ୍‌ ମିଲିଂ (ସିଏମ୍‌ଆର୍‌)ରେ ସରକାର ଫେରି ପାଇବେ। ରବି ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୨୦% କଷ୍ଟମ୍‌ ମିଲିଂ ଚାଉଳ ଜମାହୋଇଛି। ଗୋଟିଏ ସମୟ ଥିଲା ଯେତେବେଳେ ମିଲର୍‌ମାନେ ନିର୍ଦ୍ଧାରିତ ସମୟରେ ଚାଉଳ ଦେଉନଥିବା ଯୋଗୁଁ ଚାଷୀ ଅସନ୍ତୋଷ ଏବଂ ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହେଉଥିଲେ। ବର୍ତ୍ତମାନ କିନ୍ତୁ ମିଲର୍‌ମାନେ ଚାଉଳ ଦେବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ଏଫ୍‌ସିଆଇ ଚାଉଳ ନେଉ ନ ଥିବାରୁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ସର୍ବାଧିକ ଚାଉଳ ଉତ୍ପାଦିତ ଜିଲ୍ଲାରେ ଏଫ୍‌ସିଆଇର ଅସହଯୋଗ ଅଧିକ ରହୁଛି। ଅର୍ଥାତ ମିଲ୍‌ରେ ଖରିଫ ଚାଉଳ ଜମା
ହୋଇ ରହୁଥିବାରୁ ରବି ଧାନ ସଂଗ୍ରହ ମନ୍ଥର ହୋଇଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ଏଫ୍‌ସିଆଇ ୧୧.୦୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ନେଇ ସାରିଥିବା ବେଳେ ଚଳିତବର୍ଷ ମାତ୍ର ୩.୫୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ମିଲର୍ସଙ୍କଠାରୁ ନେଇଛି। ଯୋଗାଣ ନିଗମ ଗୋଦାମରେ ମଧ୍ୟ ଗତବର୍ଷ ୧୨.୩୮ ଲକ୍ଷ ମେଟ୍ରିକ୍‌ ଟନ୍ ଚାଉଳ ଜମା ହୋଇଥିବା ବେଳେ ଚଳିତ ବର୍ଷ ୭.୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଜମା ହୋଇଛି। କଷ୍ଟମ୍‌ ମିଲିଂ ଚାଉଳ ଜମାରେ ବରଗଡ଼ ଜିଲ୍ଲାର ସ୍ଥିତି ସର୍ବାଧିକ ନିରାଶଜନକ ଅର୍ଥାତ୍‌ ୧୩ ପ୍ରତିଶତ ଚାଉଳ ଜମା ହୋଇଛି।
ଏଠାରେ ଧାନ ବିକ୍ରି ପାଇଁ ଚାଷୀ ଅଭାବନୀୟ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ବୋନସ୍‌ ପ୍ରଦାନ ସତ୍ତ୍ବେ ବାହାର ରାଜ୍ୟମୁହାଁ ହେବାରେ ଲାଗିଛନ୍ତି। ସମ୍ବଲପୁରରେ ୧୮ ପ୍ରତିଶତ, ସୁବର୍ଣ୍ଣପୁରରେ ୧୮ ପ୍ରତିଶତ, ବଲାଙ୍ଗୀରରେ ୧୫ ପ୍ରତିଶତ, ବୌଦ୍ଧରେ ୨୩ ପ୍ରତିଶତ, କଳାହାଣ୍ଡିରେ ୧୧ ପ୍ରତିଶତ, ଝାରସୁଗୁଡ଼ାରେ ୩୧ ପ୍ରତିଶତ, ନୂଆପଡ଼ାରେ ୧୭ ପ୍ରତିଶତ, ସୁନ୍ଦରଗଡ଼ରେ ୩୨ ପ୍ରତିଶତ କଷ୍ଟମ୍‌ ମିଲିଂ ଚାଉଳ ଜମା ହୋଇ ପାରିଛି। ୩ ବର୍ଷ ହେଲା ଏହି ଧାରା ବଳବତ୍ତର ରହିଥିବାବେଳେ ଚଳିତ ବର୍ଷ ଚାଉଳ ଜମାର ସବୁ ସମସ୍ୟା ସୀମା ଟପିଛି। ଏହା ସତ୍ତ୍ବେ ବର୍ତ୍ତମାନର ସରକାର ନିଜ ଦଳର କେନ୍ଦ୍ରମନ୍ତ୍ରୀଙ୍କ ସହିତ ଏ ବାବଦରେ ଆଲୋଚନା କରୁନାହାନ୍ତି। ଫଳତଃ ଦୁଇବର୍ଷର ପୁରୁଣା ଚାଉଳ ମଧ୍ୟ ମିଲ୍‌ରେ ପଡ଼ି ରହୁଛି। ଏଭଳି ଅବସ୍ଥା ଜାରି ରହିଲେ, ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ଏବଂ ଭାତହାଣ୍ଡି ଉଜୁଡ଼ିଯିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

  • Related Posts

    ‘ଶୀତଳ ଷଷ୍ଠୀ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ଭୁବନେଶ୍ୱର/ସମ୍ବଲପୁର: ‘ପବିତ୍ର ଶୀତଳ ଷଷ୍ଠୀ’ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ଓଡ଼ିଶାର ଗୌରବମୟ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ବ ଅବସରରେ ସମଗ୍ର ଓଡ଼ିଶାବାସୀ, ବିଶେଷ କରି ସମ୍ବଲପୁରର ଗୁରୁଜନ, ମା’, ଭଉଣୀ…

    Continue reading
    ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବେ। କାଲି ଅପରାହ୍ନ ୩ଟା ୪୫ରେ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍‌ରେ ପହଞ୍ଚି ସନ୍ଧ୍ୟାରେ ରାଇରଙ୍ଗପୁରରେ ଏମ୍ସ ସାଟେଲାଇଟ୍‌ ସେଣ୍ଟର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ