ଏବେଠୁ ଛନକା ସୃଷ୍ଟି କଲାଣି ହୀରାକୁଦ ଜଳଭଣ୍ଡାର ଜଳସ୍ତର

ବୁର୍ଲା : ଫେବ୍ରୁଆରୀ ସରିନି । ଏବେଠୁ ଶୁଭିଲାଣି ଉତ୍କଟ ଜଳସଙ୍କଟର ପଦଧ୍ୱନି । ଅଧା ଓଡ଼ିଶାର ଶୋଷ ମେଣ୍ଟାଉଥିବା ହୀରାକୁଦ ଜଳଭଣ୍ଡାର ଜଳସ୍ତର ଛନକା ସୃଷ୍ଟି କଲାଣି । ଗତବର୍ଷ ତୁଳନାରେ ୧ ଫୁଟ୍‌ ଖସିଗଲାଣି ଜଳସ୍ତର । ଏବେ ଉପରମୁଣ୍ଡରୁ ୧୦୦୦ କ୍ୟୁସେକ୍‌ରୁ କମ୍‌ ପାଣି ଜଳଭଣ୍ଡାରକୁ ପଶୁଛି । ଜଳସେଚନ, ପାନୀୟ ଜଳଯୋଗାଣ, ଶିଳ୍ପ ଚାହିଦା ଏବଂ ବିଦ୍ୟୁତ୍‌ ଉତ୍ପାଦନରେ ୯୦୯୪ ହଜାର କ୍ୟୁସେକ୍‌ ପାଣି ଖର୍ଚ୍ଚ ହେଉଛି । ଜଳସ୍ତର ଦ୍ରୁତ ଗତିରେ ଖସୁଥିବାରୁ ଖରାଦିନେ ଭୟଙ୍କର ଜଳକଷ୍ଟ ଜଳଜଳ ହୋଇ ଦିଶିଲାଣି ।

ଗତ ନଭେମ୍ୱରରୁ ହୀରାକୁଦର ଅଣମୌସୁମୀ ଅବଧି ଆରମ୍ଭ ହେଲାଣି । ଏହି ଅବଧି ଆରମ୍ଭ ହେବାର ୩ ମାସ ନ ପୂରୁଣୁ ଜଳସଙ୍କଟ ଆଶଙ୍କା ଦେଖାଦେଲାଣି । ଗତବର୍ଷ ଫେବ୍ରୁଆରୀ ୨୧ରେ ହୀରାକୁଦ ଜଳସ୍ତର ୬୨୧.୮୯ ଫୁଟ୍‌ ଥିଲା । ଚଳିତ ବର୍ଷ ସମାନ ସମୟରେ ଏହା ୬୨୦.୯୫ ଫୁଟ୍‌ ରହିଛି । ଫେବ୍ରୁଆରୀ ଆରମ୍ଭରୁ ଅଧିକାଂଶ ଦିନ ଉପରମୁଣ୍ଡରୁ ୧୦୦୦ କ୍ୟୁସେକ୍‌ରୁ କମ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଛି । କଲ୍‌ମାର ସମସ୍ତ ଗେଟ୍‌ ବନ୍ଦ ଅଛି । ଶାଖା ନଦୀ କେଲା ଉପରେ ଛତିଶଗଡ଼ ନିର୍ମାଣ କରିଥିବା ଡ୍ୟାମ୍‌ରୁ ଟୋପାଏ ପାଣି ଆସୁନାହିଁ । ଖାଲି ସେତିକି ନୁହେଁ ଇବ୍‌ ନଦୀ ତଣ୍ଟିକୁ ମଧ୍ୟ ଛତିଶଗଡ଼ ସରକାର ଚିପି ଦେଇଛନ୍ତି । ସ୍ରୋତ ଶୁଖିଲା ପଡ଼ିଛି । ଏହାବାଦ୍‌ ଝାରସୁଗୁଡ଼ା ଦେଇ ପ୍ରବାହିତ ହେଉଥିବା ଭେଡେନ୍‌ ନଦୀ ଧାର ବି ଶୁଖିଗଲାଣି । ଫଳରେ ଉପର ମୁଣ୍ଡରୁ ପାଣି ଆସିବା ସମ୍ଭାବନା ଆଦୌନାହିଁ ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ