
ଭୁବନେଶ୍ୱର: ଏମଏସଏମଇ ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାର ଶୁକ୍ରବାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କିସମ ପରିବର୍ତ୍ତନ କରିବାକୁ ପଡ଼ିବନି । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଶ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ ଫି ଓ ଭଡ଼ା ଛାଡ଼ ପାଇଁ ନିଷ୍ପତ୍ତି ହୋଇଛି । ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କର ୧ ପ୍ରତିଶତ ଦେବାକୁ ପଡ଼ୁଥିଲା । ଏହା ସହ ୧ ପ୍ରତିଶତ ଭଡ଼ା ମଧ୍ୟ ଦେବାକୁ ପଡ଼ୁଥିଲା । ଏବେ ଏହି ଦୁଇଟି ଯାକ ଛାଡ଼ କରାଯିବାକୁ ନିଷ୍ପତ୍ତି ହୋଇଛି । କେନ୍ଦ୍ରରେ ପୋର୍ଟାଲରେ ଥିବା ସହ ଜିଲ୍ଲା କମିଟିର ଅନୁମୋଦିତ ହୋଇଥିଲେ ଏହି ସୁବିଧା ମିଳିବ । ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଓ ପ୍ରତ୍ନତାତ୍ତ୍ୱିକ ଜମି ପାଇଁ ଏହି ସୁବିଧା ଲାଗୁ ହେବନି । ଉଦ୍ୟୋଗୀମାନେ ଉଦେ୍ଧଶ୍ୟରୁ ବିଚୁ୍ୟତି ହେଲେ ଜମି ଫେରସ୍ତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।




