ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେରେ ପୁଣି ରାଗିଂ ଅଭିଯୋଗ । ଏମ୍‌ବିବିଏସ୍‌ ସିନିୟର ପିଲାମାନେ ଜୁନିୟରଙ୍କୁ ରାଗିଂ କରିଥିବା ନ୍ୟାସନାଲ ମେଡିକାଲ କାଉନ୍‌ସିଲ୍‌ ଆଣ୍ଟି ରାଗିଂ ସେଲ୍‌କୁ ଇ-ମେଲରେ ଅଭିଯୋଗ କରିଛନ୍ତି ବିଦ୍ୟାର୍ଥୀ । ଆଣ୍ଟି ରାଗିଂ ସେଲ୍‌ ଏମ୍‌କେସିଜି ଡିନ୍‌ଙ୍କୁ ଏ ନେଇ ଇ-ମେଲ କରିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି । ସୋମବାର ଆଣ୍ଟି ରାଗିଂ ସେଲ୍‌ ବୈଠକ ହେବ ବୋଲି କହିଛନ୍ତି ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡା । ସିନିଅର ପୁଅ ଓ ଝିଅ ମାନେ ଜୁନିୟର ମାନଙ୍କୁ ରାଗିଂ କରି ଖାତା ଲେଖିବାକୁ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇଛି । ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡିବ । ସୋମବାର କଲେଜରେ ଆଣ୍ଟି ରାଗିଂ ସେଲ ବୈଠକ ରଖାଯାଇଛି । ସେଠାକୁ ଜୁନିୟର ଓ ସିନିୟର ପିଲାଙ୍କୁ ମଧ୍ୟ ଡକାଯାଇଛି । ବେନାମୀ ଅଭିଯୋଗ ଥିବାରୁ କିଏ ଅଭିଯୋଗ କରିଛନ୍ତି ତାହା ମଧ୍ୟ ଜଣାପଡୁ ନାହିଁ । ଆଣ୍ଟି ରାଗିଂ ସେଲ ବୈଠକରେ ପିଲାଙ୍କୁ ବ୍ୟକ୍ତିଗତ ଭାବେ ଡାକି ପଚରାଯିବ ବୋଲି ରେଜିଷ୍ଟ୍ରାର କହିଛନ୍ତି ।

  • Related Posts

    ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

    ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଡାକ୍ତରୀ ସିଟ୍‌ ସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି। ଗତ ୨ ବର୍ଷରେ…

    Continue reading
    ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

    ଭୁବନେଶ୍ୱର: ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ ଆଉ ୯୧ଟି ସ୍ବତନ୍ତ୍ର କ୍ୟାନ୍‌ସର ଚିକିତ୍ସା ପ୍ୟାକେଜକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ