ଏଲ୍ଆଇସି କାର୍ୟ୍ୟାଳୟରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ଖୋଡ଼ାସିଙ୍ଗି ଜୀବନ ବୀମା ନିଗମ(ଏଲ୍ଆଇସି) କାର୍ୟ୍ୟାଳୟରେ ସୋମବାର ସକାଳୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ୩ ଘଣ୍ଟା ସମୟ ଲାଗିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ।
ଏଲଆଇସି ଆଞ୍ଚଳିକ ବରିଷ୍ଠ ଅଧିକାରୀ ଏକେ ପାଟଯୋଶୀ କହିଛନ୍ତି, ସକାଳ ୭ ଟାରେ ଦ୍ଵିତୀୟ ମହଲାରୁ ଧୂଆଁ ବାହାରୁଥିବା ସିକ୍ୟୁରିଟି ଗାର୍ଡ ଦେଖି ଜଣାଇଥିଲେ। ଆସି ଦେଖିବା ବେଳକୁ ଆଇଟି ସେକ୍ସନରେ ଅଗ୍ନିକାଣ୍ଡ ଘଟିଛି। ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଜଣାଇଥିଲୁ। କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଛନ୍ତି। ଆଇଟି ସାଙ୍ଗକୁ ଅନ୍ୟ ଏକ ବିଭାଗର ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି।ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳେଇ କହିଛନ୍ତି, ସକାଳେ ଏଲଆଇସି ଖୋଡ଼ାସୀଙ୍ଗି ଆଞ୍ଚଳିକ ମୁଖ୍ୟ କାର୍ୟ୍ୟାଳୟରେ ଅଗ୍ନିକାଣ୍ଡ ହୋଇଥିବା ଖବର ମିଳିଥିଲା। ବ୍ରହ୍ମପୁର ଅଗ୍ନିଶମ ଓ ଷ୍ଟ୍ରାଇକିଂ ଫୋର୍ସର ୬ ଟି ଟିମ୍ ନିଆଁକୁ ଆୟତ୍ତ ପାଇଁ ଲାଗିଥିଲେ। କମ୍ପ୍ୟୁଟର ରୁମ୍, ବୈଠକ ଗୃହ, ଅଧିକାରୀଙ୍କ କାର୍ୟ୍ୟାଳୟ ସମେତ ୪ ଟି ରୁମ୍‌ରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବାକୁ ୩ ଘଣ୍ଟା ସମୟ ଲାଗିଥିଲା। ଦୁଇ ଦିନ ଅଫିସ ବନ୍ଦ ଥିଲା। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ।​​​​​​

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ