ଏସଆଇଆର ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ଉପରେ ଲାଗିଲା ରୋକ୍‌

ଭୁବନେଶ୍ଵର:ରାଜ୍ୟରେ ଆଗାମୀ ଜୁଲାଇ ୧ରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସଆଇଆର ପାଇଁ ସମୟସୂଚୀ ଘୋଷଣା କରାଯାଇଛି। ଜୁଲାଇ ୦୧ରୁ ଏହା ଆରମ୍ଭ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଛି। ଜୁଲାଇ ୧ରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ଏସଆଇଆର ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ଉପରେ ଲଗାଇଲେ ରୋକ୍‌ । ନିୟୋଜିତ ଇଆରଓ, ଜିଲ୍ଲାପାଳ, ଇଆରଓ, ଏଇଆରଓ, ବିଏଲଓଙ୍କ ବଦଳି ଉପରେ ରୋକ୍‌।

ଭାରତୀୟ ନିର୍ବାଚନ କମିଶନଙ୍କ ପୂର୍ବ ଅନୁମତି ବିନା କୌଣସି ଅଧିକାରୀଙ୍କ ବଦଳି କରାଯିବ ନାହିଁ।ଖାଲି ପଦ ତୁରନ୍ତ ପୂରଣ କରିବାକୁ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶ । ଇଆରଓ, ଏଇଆରଓ, ବିଏଲଓ, ସୁପରଭାଇଜର୍‌ ଓ ବିଏଲଓ ପଦବୀ ଖାଲି ରଖାଯିବନି।ଜଣେ ଅଧିକାରୀଙ୍କୁ ଏକାଧିକ ଇଆରଓ କିମ୍ବା ଏଇଆରଓ ଦାୟିତ୍ୱ ନ ଦେବାକୁ ନିର୍ଦ୍ଦେଶ।ଏସଆଇଆର ପ୍ରକ୍ରିୟାକୁ ସୁଚାରୁ ଓ ସମୟସୀମା ମଧ୍ୟରେ ସାରିବାକୁ କଡ଼ା ପଦକ୍ଷେପ।

ଜୁଲାଇ ୦୧ରୁ ଏହା ଆରମ୍ଭ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଛି। ମେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରିଣ୍ଟିଂ, ପ୍ରସ୍ତୁତି ଓ ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହେବ। ପରେ ୩୦ ତାରିଖରୁ ରୁ ଜୁନ ଶେଷ ଅର୍ଥାତ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ଯାଇ ପରିଦର୍ଶନ କରିବେ। ଜୁନ ୨୮ ସୁଦ୍ଧା ମତଦାନ କେନ୍ଦ୍ରର ପୁନର୍ବିନ୍ୟାସ ହେବ। ପରେ ଜୁଲାଇ ୦୫ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଜୁଲାଇ ୫ରୁ ଅଗଷ୍ଟ ୪ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟହୋଇଥିବାବେଳେ ଜୁଲାଇ ୫ରୁ ସେପ୍ଟେମ୍ବର ୨ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ହେବ। ସେପ୍ଟେମ୍ବର ୬ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

  • Related Posts

    ସାମିଲ୍‌ ହେବେ ଯୁବ ଭୋଟର : ଅକ୍ଟୋବର ୭ରୁ ତିନିଦିନିଆ ଅଭିଯାନ

    ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ କରିପାରିବେ ଆବେଦନ ଭୁବନେଶ୍ୱର, ୬ ।୧୦ : ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଦ୍ୟତନ କରିବା…

    Continue reading
    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ