ଏସଆଇ ପରୀକ୍ଷା ଜାଲିଆତି: ଏହା କହିଲା ଓପିଆରବି

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ଜାଲିଆତିକୁ ନେଇ ଓପିଆରବିର ବଡ଼ ବୟାନ। ପରୀକ୍ଷା ଜାଲିଆତି ନେଇ ସ୍ପଷ୍ଟୀକରଣ ରଖିଛି ଓଡିଶା ପୋଲିସ ନିଯୁକ୍ତି ବୋର୍ଡ ବା ଓପିଆରବି। ସରକାରୀ ଚାକିରି ଆଶାୟୀଙ୍କ ବିରୋଧରେ ବିଧିବଦ୍ଧ ଚକ୍ରାନ୍ତ ହୋଇଥିବା ସନ୍ଦେହ ପ୍ରକାଶ କରିଛି ଓପିଆରବି। ରାଜ୍ୟରେ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିବା କିମ୍ବା ପ୍ରଭାବିତ କରିବା ପାଇଁ ଏକ ବଡ଼ ଷଡଯନ୍ତ୍ର ହୋଇଛି ବୋଲି ସନ୍ଦେହ ପ୍ରକାଶ କରିଛି ଓପିଆରବି।

ଯେତେବେଳେ ବି ପ୍ରଶ୍ନପତ୍ର ଲିକ ହୋଇଛି, ସେହି ପ୍ରଶ୍ନପତ୍ରକୁ ତୁରନ୍ତ ବାତିଲ କରି ପୁଣି ଥରେ ଖୁବ କମ ସମୟ ବ୍ୟବଧାନରେ ପରୀକ୍ଷା କରାଯାଇଥାଏ ବୋଲି କହିଛି ଓପିଆରବି। ଗତ ସେପ୍ଟେମ୍ବର ୨୯ ତାରିଖରେ ଏସଆଇ ପରୀକ୍ଷା ଜାଲିଆତି ଘଟଣା ଓପିଆରବି ନଜରକୁ ଆସିବା ମାତ୍ରେ ତୁରନ୍ତ ଏହାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ଜଡିତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ସହ ପ୍ରଶ୍ନ ଲିକର ପୂରା ଲିଙ୍କ ଖୋଲି ବାହାର କରିବା ଏହାର ଉଦ୍ଦେଶ୍ୟ ଥିଲା ବୋଲି ଓପିଆରବି ପକ୍ଷରୁ କୁହାଯାଇଛି। ପରେ ଛାତ୍ରଛାତ୍ରୀ ବ୍ରହ୍ମପୁର ନିକଟରୁ ଗିରଫ ହେବା ପରେ ସ୍ବଚ୍ଛତା ରକ୍ଷା କରିବାକୁ ତୁରନ୍ତ ପରୀକ୍ଷା ବାତିଲ କରାଯାଇଛି।

ଏବେ କ୍ରାଇମବ୍ରାଞ୍ଚ ଏହି ଜାଲିଆତିର ତଦନ୍ତ କରୁଛି। ଓପିଆରବି ଏଥିରେ ସଂପୂର୍ଣ୍ଣ ସହଯୋଗ କରିବା ସହ ସବୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ତଦନ୍ତ ସରିବା ପରେ ଏବଂ ଦୋଷୀକୁ ଦଣ୍ଡ ମିଳିବା ପରେ ପୁଣି ଥରେ ଏସଆଇ ପରୀକ୍ଷା କରାଯିବ। କିନ୍ତୁ ତାପୂର୍ବରୁ ଏହି ଜାଲିଆତିରେ ଓପିଆରବି ହେଉ କି ଆଇଟିଆଇ, ସିଲିକନ ବା ପଞ୍ଚସଫ୍ଟ ଯିଏ ବି ଦୋଷୀ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବା ଉଚିତ। ଏଥିପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି ବୋଲି ଓପିଆରବି ପକ୍ଷରୁ କୁହାଯାଇଛି। ସେହିପରି କିଛି ନ୍ୟସ୍ତସ୍ବାର୍ଥ୍ୟ ବ୍ୟକ୍ତି ଏହି ଜାଲିଆତିରେ ଓପିଆରବିର ସମ୍ପୃକ୍ତିକୁ ନେଇ ଅଯଥା ବଦନାମ କରୁଛନ୍ତି।

ଏହି ଉଦ୍ୟମ ଉଦ୍ଦେଶ୍ୟମୂଳକ ଭାବେ ପରୀକ୍ଷା ପରିଚାଳନା ପ୍ରକ୍ରିୟାକୁ ବିଳମ୍ବିତ କରିବା ବୋଲି ଓପିଆରବି ପକ୍ଷରୁ କୁହାଯାଇଛି। ଓଡିଶା ପୋଲିସ ପକ୍ଷରୁ ପରୀକ୍ଷା ପାଇଁ ହୋଇଥିବା ଟେଣ୍ଡର ଆଇଟିଆଇ ଲିମିଟେଡ଼କୁ ଦିଆଯାଇଥିଲା। ଆଇଟିଆଇ ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଛପେଇ ଓ ଅନ୍ୟାନ୍ୟ କାର୍ୟ୍ୟ କରିବା କଥା। କିନ୍ତୁ ଆଇଟିଆଇ ଯଦି ଏହି କାର୍ୟ୍ୟ ଅନ୍ୟ କାହାକୁ ସବଲେଟ କରିଛି ତେବେ ସେଥିରେ ସ୍ବଚ୍ଛତା ରକ୍ଷା କରାଯିବାର ଉତ୍ତରଦାୟିତ୍ବ ଆଇଟିଆଇର। ଟେଣ୍ଡର ଚୁକ୍ତି ଉଲଂଘନ କରିଥିବାରୁ ଓପିଆରବି ଆଇଟିଆଇ ଲିମିଟେଡକୁ କାରଣ ଦର୍ଶାଅ ନୋଟସ ମଧ୍ୟ ଜାରି କରାଯାଇଛି। ତେଣୁ ଆଶାୟୀମାନେ ହତାସ ନହେବାକୁ ଓପିଆରବି ଆଶ୍ବାସନା ଦେଇଛି। ତଦନ୍ତ ସରିବା ପରେ ପୁଣି ଥରେ ଏସଆଇ ପରୀକ୍ଷା କରାଯିବ। କିନ୍ତୁ ନିଯୁକ୍ତି ପ୍ରକ୍ରିୟାକୁ ଭଣ୍ଡୁର ପଛରେ ଥିବା ଷଡଯନ୍ତ୍ରକାରୀଙ୍କୁ ତୁରନ୍ତ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବା ଉଚିତ ବୋଲି ଓପିଆରବି ପକ୍ଷରୁ କୁହାଯାଇଛି।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ