ଏସିଆ କପ୍‍: ଫାଇନାଲରେ ଭାରତ

ଦୁବାଇ: ପ୍ରଥମ ଦଳ ଭାବେ ଏସିଆ କପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ବୁଧବାର ସୁପର-୪ ମ୍ୟାଚ୍‌ରେ ବାଂଲାଦେଶକୁ ୪୧ ରନ୍‌ରେ ହରାଇ ଭାରତ କ୍ରମାଗତ ୨ୟ ବିଜୟ ହାସଲକରି ଟ୍ରଫି ପାଇଁ ଲଢ଼ିବାକୁ ଯୋଗ୍ୟତା ଅର୍ଜନ କରିଛି। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୭୫ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୬ ୱିକେଟ୍‌ରେ ୧୬୮ ରନ୍‌ କରିଥିଲା। ପରେ ସୈଫ୍‌ ହାସନ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ହେଁ କୁଲଦୀପ ଯାଦବ ୩ଟି ୱିକେଟ୍‌ ନେବାରୁ ବାଂଲାଦେଶ ୩ଟି ବଲ୍‌ ବାକିଥାଇ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ୩ୟ ତଥା ଅନ୍ତିମ ସୁପର-୪ ମ୍ୟାଚ୍‌ ଖେଳିବ। ଗୁରୁବାର ହେବାକୁ ଥିବା ପାକିସ୍ତାନ-ବାଂଲାଦେଶ ମ୍ୟାଚ୍‌ର ବିଜେତା ଭାରତ ବିପକ୍ଷରେ ରବିବାର ଫାଇନାଲ ଖେଳିବ। ଭାରତର ବିଜୟ ସହ ଶ୍ରୀଲଙ୍କା ବିଦାୟ ନେଇଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଅଦ୍ୟାବଧି ଅପରାଜିତ ରହିଛି।୧୬୯ ରନ୍‌ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ବାଂଲାଦେଶ ୨ୟ ଓଭରରେ ତାଞ୍ଜିଦ୍‌ ହାସନ୍‌ (୧)ଙ୍କ ୱିକେଟ୍‌ ହରାଇଥିଲା। ୨ୟ ୱିକେଟ୍‌ ପାଇଁ ସୈଫ୍ ହାସନ୍ ଓ ପରଭେଜ୍‌ ହୋସେନ୍ ଇମନ୍‌ ୪୨ ରନ୍‌ ଯୋଡ଼ିଥିଲେ। ଇମନ୍ ୧୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଗୋଟିଏ ପଟେ ସୈଫ୍‌ ହାସନ୍ ଲଢ଼ି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଅନ୍ୟପଟୁ କେହି ଦୁଇଅଙ୍କ ସ୍କୋର୍‌ କରି ପାରିନଥିଲେ। କୁଲଦୀପ ଯାଦବ ୩ଟି ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ୍‌ ପାଇଥିଲେ। ଅଭିଷେକ ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଘୋଷିତ ହୋଇଥିଲେ।
ଟସ୍ ଜିତି ବାଂଲାଦେଶ ଫିଲ୍‌ଡିଂ ନେବା ପରେ ଭାରତୀୟ ଇନିଂସରେ ଦୁଇଟି ପର୍ୟ୍ୟାୟ ଦେଖିବାକୁ ମିଳିଥିଲା। ଅଭିଷେକ ଶର୍ମା କ୍ରିଜ୍‌ରେ ଥିବା ବେଳେ ଭାରତର ସ୍କୋର୍‌ ବୋର୍ଡ ଏକ୍ସପ୍ରେସ୍ ଗତିରେ ଆଗକୁ ବଢ଼ିଥିଲା। ଭାରତ ପ୍ରଥମ ୧୧ ଓଭରରେ ୧୧୨ ରନ୍‌ କରିଥିଲା। ଅଭିଷେକ ଆଉଟ୍‌ ହେବା ପରେ ପରବର୍ତ୍ତୀ ୯ ଓଭରରୁ ମାତ୍ର ୫୬ ରନ୍‌ ହୋଇଥିଲା। ଦୁଇ ଭାରତୀୟ ଓପ୍‌ନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍‌ ଆକ୍ରମଣ କରି ୬ ଓଭରର ପାୱରପ୍ଲେରେ ୭୨ ରନ୍‌ କରିଥିଲେ। ୭ମ ଓଭରରେ ଆଉଟ୍‌ ହୋଇଥିବା ଗିଲ୍‌ ୧୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୯ ରନ୍‌ କରିଥିଲେ। ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇଥିବା ଶିବମ୍ ଦୁବେ ୨ ରନ୍‌ କରିଥିଲେ। ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁଁ ଆଉଟ୍‌ ହୋଇଥିବା ଅଭିଷେକ ଶର୍ମା ୩୭ ବଲ୍‌ରୁ ୫ଟି ଛକା ଓ ୬ଟି ଚୌକା ସହ ୭୫ ରନ୍‌ କରିଥିଲେ। ଗତ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୩୯ ବଲ୍‌ରୁ ୭୪ ରନ୍‌ କରିଥିବା ଅଭିଷେକ କ୍ରମାଗତ ୨ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଅଭିଷେକଙ୍କ ୪ର୍ଥ ଟ୍ବେଣ୍ଟି୨୦ ଅର୍ଦ୍ଧଶତକ। ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୫ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରୟାସ ଯୋଗୁଁ ଭାରତ ୧୬୮ ରନ୍‌ରେ ପହଞ୍ଚି ପାରିଥିଲା। ହାର୍ଦିକ ୨୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୯ ରନ୍‌ କରିଥିଲେ। ତିଳକ ବର୍ମା ୫ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୧୫ ବଲ୍‌ରୁ ୧୦ ରନ୍‌କରି ଅପରାଜିତ ଥିଲେ। ରିସାଦ୍ ହୋସେନ୍ ୨ଟି ୱିକେଟ୍‌ ନେଇଥିଲେ।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ