ନୂଆଦିଲ୍ଲୀ,29/08:ଆଜିଠୁ ବିହାରର ରାଜଗିରରେ ଏସିଆ କପ୍ 2025(Asia Cup 2025) ହକି ଆରମ୍ଭ ହୋଇଛି । ଏଥିସହ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଅଧିନାୟକ ହରମନପ୍ରୀତ ସିଂ(Harmanpreet Singh)ଙ୍କ ଦମଦାର ହ୍ୟାଟ୍ରିକ୍ ଗୋଲ୍ (20’, 33’, 47’) ବଳରେ ଚୀନ ବିପକ୍ଷରେ ଭାରତ ବିଜୟ ହାସଲ କରିଛି । ଚୀନ ବିପକ୍ଷ ରୋମାଞ୍ଚକର ମ୍ୟାଚରେ ଭାରତ ୪-୩ଗୋଲ୍ ରେ ବିଜୟ ହାସଲ କରିଛି । ମ୍ୟାଚ୍ର ପ୍ରଥମ କ୍ୱାର୍ଟରରେ ଚୀନ୍ ଗୋଟିଏ ଗୋଲ (12’) ସ୍କୋର କରିଥିଲା। ପ୍ରଥମ କ୍ୱାର୍ଟର ପରେ ଭାରତ ୦-୧ ଗୋଲରେ ପଛୁଆ ଥିଲା। ଏହା ପରେ, ଭାରତ ଦ୍ୱିତୀୟ କ୍ୱାର୍ଟରରେ ସାନଦାର ପ୍ରଦର୍ଶନ କରି ଦୁଇଟି ଗୋଲ କରିଥିଲା । ଜୁଗରାଜ ସିଂ (18’)ପେନାଲ୍ଟି କର୍ଣ୍ଣରରେ ଭାରତ ପାଇଁ ପ୍ରଥମ ଗୋଲ କରିଥିଲେ ଏବଂ ଗୋଟିଏ ମିନିଟ୍ ପରେ ହରମନପ୍ରୀତ ସିଂହ (20’) ଆଉ ଏକ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଭାରତ ହାପ୍ ଟାଇମ୍ ପର୍ଯ୍ୟନ୍ତ ଆଗୁଆ ଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଅଧିନାୟକ ହରମନପ୍ରୀତ ସିଂହ ଆଉ ଏକ ଗୋଲ ଦେଇ ଚୀନ୍ ବିପକ୍ଷରେ ଅଗ୍ରଣୀକୁ 3-1କୁ ବୃଦ୍ଧି କରିଥିଲେ। ଏହା ପରେ, ଚୀନ୍ ଖେଳାଳିମାନେ ଚମତ୍କାର ଖେଳିଥିଲେ ଏବଂ ଗୋଟିଏ ପରେ ଗୋଟିଏ ଦୁଇଟି ଗୋଲ (35’,41) ଦେଇ ସ୍କୋର ବରାବର କରିଥିଲେ ।
ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ
ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…




