ଏସ୍‌ସିବିରେ ଶିଶୁ ବଦଳ ମାମଲା: ଅଧୀକ୍ଷକଙ୍କୁ ଜବାବ ଦାଖଲ ନିର୍ଦେଶ

କଟକ : ଏସ୍‌ସିବି ମେଡିକାଲରେ ଶିଶୁ ବଦଳକୁ ନେଇ ରୁଜୁ ମାମଲାରେ ମେଡିକାଲ ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏପ୍ରିଲ ୨ସୁଦ୍ଧା ଅଧୀକ୍ଷକ ଜବାବ ରଖିବା ନେଇ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ରତନା ବେହେରାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨କୁ ଧାର୍ୟ୍ୟ ହୋଇଛି। ୨୦୨୫ ଫେବୃଆରୀ ୧୦ରେ ଆବେଦନକାରୀଙ୍କ ପତ୍ନୀ ପ୍ରସବ ନିମନ୍ତେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ୧୧ତାରିଖ ସକାଳ ୯ଟାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ନେଇଥିଲା। ଜନ୍ମ ସମୟରେ ଶିଶୁ କନ୍ୟା ସୁସ୍ଥ ଥିଲା। ପରିବାର ଲୋକେ ଶିଶୁ କନ୍ୟାର ଫଟୋ ଉଠାଇଥିଲେ। କିଛି ସମୟ ପରେ ଶିଶୁ କନ୍ୟା ଅସୁସ୍ଥ ଥିବା ଦର୍ଶାଇ ଡାକ୍ତର ଆଇସିୟୁରେ ଭର୍ତ୍ତି କରିବା ସହ ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଥିଲେ। ୧୨ ତାରିଖ ସକାଳେ ଶିଶୁ କନ୍ୟାର ଜେଜେମା ଦେଖିବାକୁ ଆଇସିୟୁକୁ ଯାଇଥିଲେ। ଡାକ୍ତରଖାନା କର୍ମଚାରୀ ଶିଶୁ କନ୍ୟାକୁ ମୃତ ଦର୍ଶାଇବା ସହ ତତ୍‌କ୍ଷଣାତ୍‌ ଶବ ହସ୍ତାନ୍ତର କରିଥିଲେ। ଏଥିସହ ମହାନଦୀ ପଠାରେ ଶବ ସତ୍କାର ଲାଗି କୁହାଯାଇଥିଲା। ଶିଶୁକନ୍ୟାକୁ କପଡ଼ାରେ ଗୁଡ଼ାଯାଇଥିଲା। ଶିଶୁକୁ ପୋତିବା ସମୟରେ ମୁହଁ ଦେଖିବା ପରେ ଏହା ତାଙ୍କ ଶିଶୁ କନ୍ୟା ନୁହେଁ ବୋଲି ଜାଣିବାକୁ ପାଇଥିଲେ। କିଛି ସମୟ ପରେ ସନ୍ଦେହ ଜାତ ହେବାରୁ ସେ ବାଲି ଖୋଳି ଦେଖିଥିଲେ ହେଲେ ସେଠାରେ କେବଳ କପଡା ମିଳିଥିଲା। ଏସ୍‌ସିବିରେ ତାଙ୍କ ଶିଶୁ ବଦଳ କରାଯାଇଥିବା ନେଇ ମେଡିକାଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ମାତ୍ର କୌଣସି ସୁଫଳ ମିଳି ନଥିଲା। ପରେ ମଙ୍ଗଳାବାଗ ଥାନାଧିକାରୀ, ଡିସିପି ଓ କଟକ ଜିଲାପାଳଙ୍କ ନିକଟରେ ଆବେଦନକାରୀ ଅଭିଯୋଗ ଜଣାଇଥିଲେ; ହେଲେ କୌଣସି ସୁଫଳ ମିଳିନଥିଲା। ଏଣୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତ ମାମଲାକୁ ବିଚାର ନିମନ୍ତେ ଗ୍ରହଣ କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ନିର୍ଦେଶ ଦେଇଛନ୍ତି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ