ଏସ୍‌ସିବିରେ ହେବ ସବୁଦିନ ଯାଞ୍ଚ, ସାପ୍ତାହିକ ରିପୋର୍ଟ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,20।08 : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି)ରେ ଅଧିକାଂଶ ସମୟରେ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀସେବାରେ ବାଧା ଉପୁଜୁଛି ଓ ଡାକ୍ତର ଅନୁପସ୍ଥିତ ରହି ଘରୋଇ ଚିକିତ୍ସାଳୟରେ ସେବା ଯୋଗାଉଥିବା ଅଭିଯୋଗ ବି ହେଉଛି। ଅଧିକାଂଶ ସମୟରେ ଏହି ପ୍ରସଙ୍ଗ ଓଡ଼ିଶା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କଟକ ସହର ସମସ୍ୟା ଶୁଣାଣି ବେଳେ ଅଦାଲତ ଅସନ୍ତୋଷ ପ୍ରକାଶ କରିବା ସହ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଗୌତମ ଶତପଥୀ ପୂର୍ବରୁ ଥିବା ଦଳକୁ ଅଧିକ ସକ୍ରିୟ କରିଛନ୍ତି। ତିନି ନୂଆ ଦଳ ଗଠନ ହୋଇଛି। ସେମାନେ ଦୈନନ୍ଦିନ ବିଭିନ୍ନ ୱାର୍ଡ ପରିଦର୍ଶନ କରି ଯାଞ୍ଚ କରିବେ ପ୍ରତି ସପ୍ତାହରେ ରିପୋର୍ଟ ଦେବେ। ଏଣିକି ଦଳ ଆକସ୍ମିକ ଯାଞ୍ଚ କରିବ ବୋଲି ଜାଣିବା ପରେ ଡ୍ୟୁଟିରେ ଅବହେଳା କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ମହଲରେ ଭୟ ସୃଷ୍ଟି ହୋଇଛି। ପ୍ରତି ସପ୍ତାହରେ ଦଳ ଯେଉଁ ରିପୋର୍ଟ ଦେବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ଯାଞ୍ଚ କରିବା ପାଇଁ ଏସ୍‌ସିବିରେ ପୂର୍ବରୁ ଯଦିଓ ଦଳ ରହିଥିଲା; ହେଲେ ଏହି ଦଳ ଠିକ ଭାବେ କାର୍ଯ୍ୟ କରୁ ନ ଥିଲା। ଏବେ ତିନି ନୂଆ ଦଳକୁ ସକ୍ରିୟ କରାଯାଇଛି। ଏସ୍‌ସିବି ଅଧୀକ୍ଷକ ସହର ସମସ୍ୟା ସମ୍ପର୍କିତ ଶୁଣାଣିରେ ଦେଇଥିବା ସତ୍ୟପାଠରେ ଦର୍ଶାଇଥିଲେ ଯେ ବହିର୍ବିଭାଗ (ଓପିଡି)ରେ ଡାକ୍ତର ଓ କର୍ମଚାରୀଙ୍କ ଡ୍ୟୁଟି ସମୟ ସକାଳ ୯ଟାରୁ ଅପରାହ୍ଣ ୫ଟା ରହିଥିବା ବେଳେ ମଧ୍ୟାହ୍ନ ଭୋଜନ ବିରତି ଦିନ ୧ଟାରୁ ୨ଟା ରହିଛି। ଏନଏମସି ଗାଇଡଲାଇନ ମୁତାବକ ସବୁ ସମୟରେ ଜରୁରୀ ସେବା ବ୍ୟବସ୍ଥା ରହିଛି। ସଂପୃକ୍ତ ୱାର୍ଡ (ଆଇପିଡି)ର ୟୁନିଟ ମୁଖ୍ୟ ପ୍ରତିଦିନ ସକାଳ ୯ଟାରୁ ୧୨ଟା ଓ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ୱାର୍ଡ ରାଉଣ୍ଡରେ ପର୍ଯ୍ୟାୟକ୍ରମେ ଯାଇଥାନ୍ତି। ପାରାମେଡିକାଲ କର୍ମଚାରୀ, ନର୍ସିଂ ଅଧିକାରୀ, ଚତୁର୍ଥଶ୍ରେଣୀ ଓ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଡ୍ୟୁଟି ସମୟ ବିଭିନ୍ନ ସିଫ୍ଟ ଯଥା ସକାଳ ୮ଟାରୁ ଦିନ ୨ଟା, ଦିନ ୨ଟାରୁ ରାତି ୧୦ଟା ଓ ରାତି ୧୦ଟାରୁ ସକାଳ ୮ଟାରେ ରହୁଛି। ଆଞ୍ଚଳିକ ଡାଇ​‌େ​‌ଗ୍ନାଷ୍ଟିକ ସେଣ୍ଟର (ଆରଡିସି) ସବୁ ବେଳେ କାର୍ଯ୍ୟ କରୁଛି। ଡାକ୍ତରଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ରହିଛି। ଏ ସଂକ୍ରାନ୍ତରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଶତପଥୀଙ୍କୁ ପଚାରିବାରୁ ରୋଗୀଙ୍କ ସେବାକୁ ପ୍ରାଥମିକତା ଦିଆଯାଉଛି। ଯାଞ୍ଚ ଦଳ ପୂର୍ବରୁ ରହିଥିଲା; ତେବେ ଦଳରେ ଥିବା କେତେକ ସଦସ୍ୟଙ୍କ ଅନ୍ୟତ୍ର ବଦଳି ହେବାରୁ ରିପୋର୍ଟ ବିଳମ୍ବରେ ଆସୁଥିଲା। ଏବେ ଉକ୍ତ ଦଳକୁ ଅଧିକ ସଙ୍ଗଠିତ କରାଯାଇଛି। ସେମାନେ ଏସସିବିର ବିଭିନ୍ନ ବିଭାଗ ସହ ପାଥୋଲୋଜି, ଆରଡିସି ପ୍ରଭୃତିକୁ ଆକସ୍ମିକ ପରିଦର୍ଶନ କରିବେ। ସପ୍ତାହକୁ ଥରେ ରିପୋର୍ଟ ଦେବେ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ